ପୁନଃ ନିଯୁକ୍ତି ପାଇଥିବା ୫୦ ହଜାର ଅବସରପ୍ରାପ୍ତ କର୍ମଚାରୀଙ୍କୁ ଛଟେଇ କରିବେ ସରକାର : ଆରମ୍ଭ ହେଲା ରାଜନୀତି
3/09/2018 at 5:42 PM

ଭୁବନେଶ୍ବର୩|୯: ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପୁନଃନିଯୁକ୍ତି ଉପରେ ରୋକ ଲାଗାଇଛନ୍ତି ସରକାର। ଏହା ସହ ୪ବର୍ଷ ଧରି ପୁନଃନିଯୁକ୍ତି ପାଇ ଚାକିରୀ କରୁଥିବା ୫୦ହଜାର ଅବସରପ୍ରାପ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସରକାରଙ୍କ ଏଭଳି ନଷ୍ପତିକୁ ସ୍ବାଗତ କରାଯାଉଛି। ହେଲେ ବିରୋଧୀ ସରାକରଙ୍କ ଏଭଳି ନିଷ୍ପତିରୁ ରାଜନୀତି ବାସ୍ନା ବରିଛନ୍ତି। ମୁଣ୍ତ ଉପରେ ନିର୍ବାଚନ ଥିବାରୁ ବେକାରୀ ସମସ୍ୟା ଉଗ୍ର ରୂପ ନେବ। ନିର୍ବାଚନ ଇସ୍ତାହାରରେ ଦେଇଥିବା ନିଯୁକ୍ତି ପ୍ରତିଶ୍ରୁତି ପୂରଣ କରିନାହାନ୍ତି ସରକାର। ତାକୁ ଆଖୁ ଆଗରେ ରଖି ଏଭଳି ନିର୍ବାଚନୀ ଚାଲ କରିଛନ୍ତି ସରକାର। ..
ଛଟେଇ ହେବେ ପୁନଃ ନିଯୁକ୍ତି ପାଇଥିବା ଅବସରପ୍ରାପ୍ତ ସରକାରୀ କର୍ମଚାରୀ। ୫୦ ହଜାର ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ଛଟେଇ କରିବେ ସରକାର।ଆଉ ପୁନଃ ନିଯୁକ୍ତି ଉପରେ ବି ରୋକ ଲାଗାଇଛନ୍ତି। ଏନେଇ ସରକାର ସବୁ ବିଭଗାକୁ ନିର୍ଦେଶ ଦେଇଛନ୍ତି। କେଉଁ ବିଭାଗରେ କେତେଜଣ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ନିଯୁକ୍ତି ପାଇଛନ୍ତି ତାଙ୍କୁ ଛଟେଇ କରିବା ପାଇଁ ପଦକ୍ଷେପ ନେବା ସହ ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି। ଏପଟେ ସରକାରଙ୍କ ଏଭଳି ନିର୍ଦେଶକୁ ଛାତ୍ରସମାଜ ସ୍ବାଗତ କରିଛନ୍ତି। ଏହା ସହ ସରାକର ବହୁ ବିଳମ୍ବରେ ଏହି ନିଷ୍ପତି ନେଇଛନ୍ତି ଦୀର୍ଘଦିନ ଧରି ସରକାରଙ୍କ ଏହି ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ଦେବା ପରେ ଅନେକ ଛାତ୍ରଛତ୍ରୀ ବେକାର ହୋଇ ବୁଲୁଛନ୍ତି। ତେଣୁ ସେମାନଙ୍କୁ କେମିତି ନ୍ୟାୟ ମିଳିବ । ତେଣୁ ତୁରନ୍ତ ଚାକିରୀର ବୟସ ସୀମା କୋହଳ କରାଯିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ।
ସରକାର ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଛଟେଇ ନିଷ୍ପତିକୁ ସମାଲୋଚନା କରିଛନ୍ତି ବିରୋଧୀ। କଂଗ୍ରେସ କହିଛି ମୁଣ୍ତ ଉପରେ ନିର୍ବାଚନ ଥିବାରୁ ବେକାରୀ ଛାତ୍ରଛାତ୍ରୀଙ୍କୁ ଭୁଆଁ ବୁଲାଇଛନ୍ତି ସରକାର। ୫୦ଲକ୍ଷ ନିଯୁକ୍ତି ଦେବାକୁ ନର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲେ ରାଜ୍ୟସରକାର। ଏପର୍ଯ୍ୟନ୍ତ ନିଯୁକ୍ତି ଦେବାରେ ବିଫଳ ହୋଇଛନ୍ତି। ବେକାରୀ ସମସ୍ୟା ଆଗମୀ ନିର୍ବାଚନରେ ବଡ ଇସ୍ୟୁ ହେବ ତେଣୁ ରାଜ୍ୟ ସରକାର ଏମିତି ଏକ ଚାଲ କରିଛନ୍ତି। ଯଦି ପ୍ରକୃତରେ ଏଭଳି ନିର୍ଦେଶ ନାମା କାର୍ଯ୍ୟକାରୀ କରିବାକୁ ଚାହୁଛନ୍ତି ତାହେଲେ ପ୍ରଥମେ ଅବସରପ୍ରାପ୍ତ ଆଇଏଏସକୁ ଅଫିସରଙ୍କୁ ଚାକିରୀରୁ ବାହାର କରନ୍ତୁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଅଂଶୁମାନ ମହାନ୍ତି। ଏପଟେ ବିଜେପି ବି କହିଛି ଏହା ସରାକରଙ୍କ ନର୍ବାଚନୀ ଚାଲ।
ଅବସରପ୍ରାପ୍ତ କର୍ମଚାରୀଙ୍କ ନିଯୁକ୍ତି ଉପରେ ରୋକକୁ ସବୁ ମହଲରେ ସ୍ବାଗତ କରାଯାଇଛି। ଏମାନଙ୍କ ବଦଳରେ ଖାଲି ପଡିଥିବା ପଦପଦବୀଙ୍କୁ ତୁରନ୍ତୁ ପରୀକ୍ଷା କରି ଫ୍ରେସରଙ୍କୁ ନିଯୁକ୍ତି ଦିଆଯାଉ। ନହେଲେ ସରକାରୀ ଅଫିସ ମାନଙ୍କ ଯାହା ଅବସ୍ଥା ପୁର ସିଷ୍ଟମ ଅଚଳ ହୋଇଯିବ।