ଏସଏଚଜି ଗୃପ୍ ସଭାପତିଙ୍କ ଠାରୁ ୫୦ ହଜାର୍ ଲୁଟ୍; ପୋଲିସର ଛାନଭିନ୍ ଜାରି
1/02/2023 at 6:55 PM

ଜଳେଶ୍ୱର ୦୧/୦୨: ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରିବା ବେଳେ ଏସଏଚଜି ମହିଳାଙ୍କ ଠାରୁ ଲୁଟ୍। ସମ୍ପୃକ୍ତ ମହିଳାଙ୍କ ଠାରୁ ଦୁର୍ବୁର୍ତ୍ତମାନେ୫୦ହଜାର ଟଙ୍କା ଲୁଟି ନେଇଛନ୍ତି। ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଅମର୍ଦ୍ଦା ରୋଡରେ ଏହି ଘଟିଛି ଅଭାବନୀୟ ଘଟଣା ହୋଇଛି। ଏନେଇ ଅମର୍ଦ୍ଦା ଥାନାରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଏତଲା ଦେଇଛନ୍ତି।

ଖବର ଅନୁସାରେ, ବୁଧବାର ଅପରାହ୍ଣ ବେଳେ ଶିବ ଶଙ୍କର ସ୍ୱୟଂସହାୟକ ଗୋଷ୍ଠୀର ସଭାପତି ଭାନୁମତୀ ସେନାପତି ଅମର୍ଦ୍ଦାରୋଡରେ ଥିବା ଷ୍ଟେଟ ବ୍ୟାଙ୍କକୁ ଯାଇଥିଲେ। ସେଠାରୁ ଗୃପ୍ ଲୋନ ପାଇଁ ୫୦ ହଜାର ଟଙ୍କା ଉଠାଇ ଘରକୁ ଫେରୁଥିଲେ। ଏହି ସମୟରେ ପଛପଟୁ ଏକ ଧଳା ଆପାଚି ବାଇକରେ ଦୁଇ ଜଣ ଦୁର୍ବୁର୍ତ୍ତ ଆସି ତାଙ୍କ ହାତରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଝାମ୍ପିନେଇ ଫେରାର ହୋଇ ଯାଇଛନ୍ତି।

ଏହି ବ୍ୟାଗରେ ୫୦ ହଜାର ଟଙ୍କା ସହି ମୋବାଇଲ, ବ୍ୟାଙ୍କ ପାସବୁକ୍, ଆଧାର କାର୍ଡ, ଭୋଟ ପରିଚୟ ପତ୍ର ଓ ଅନ୍ୟାନ୍ୟ ଜରୁରୀ କାଗଜ ପତ୍ର ଥିଲା। ଏନେଇ ଅମର୍ଦ୍ଦା ଫାଣ୍ତି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।