ଦେଶରେ କରୋନା ସ୍ଥିତି ଗମ୍ଭୀର : ଦିଲ୍ଲୀରେ ୫୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଗୋଟିଏ ଦିନରେ ୩ ହଜାର ସଂକ୍ରମିତ

Published By : Prameya-News7 Bureau | June 20, 2020 IST

ନୂଆଦିଲ୍ଲୀ ୨୦।୬: ଭାରତରେ କରୋନା ସ୍ଥିତି ଗମ୍ଭୀର । ଦେଶରେ ହୁ ହୁ ହୋଇ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । କିଛି ଦିନ ହେବ କ୍ରମାଗତ ଦିନକୁ ପ୍ରାୟ ୧୧ ରୁ ୧୨ ହଜାର ନୂଆ ମାମଲା ସାମ୍ନାକୁ ଆସୁଥିବା ବେଳେ, ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି । ଗତ ୨୪ ଘଣ୍ଟାରେ ରେକର୍ଡ ୧୩ ହଜାର ୫୮୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

{"id":288684,"sizeSlug":"large"}

କେବଳ ମହାରାଷ୍ଟ୍ରରେ ୨୪ ଘଣ୍ଟା ମଧ୍ୟରେ ୩ ହଜାର ୭୫୨ ମାମଲା ସାମ୍ନାକୁ ଆସିଛି । ଏହାକୁ ମିଶାଇ ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୩ ଲକ୍ଷ ୮୧ ହଜାର ଛୁଇଁଛି । ଏପର୍ଯ୍ୟନ୍ତ ୨ ଲକ୍ଷ ୪ ହଜାର ୭୧୧ ଜଣ ସୁସ୍ଥ ହେଲେଣି । ଏହା ସହିତ ଦିନକରେ ୩୩୬ ପ୍ରାଣ ହରାଇଥିବା ବେଳେ, ମୋଟ୍ ମୃତ୍ୟୁ ସଂଖ୍ୟା ୧୨ ହଜାର ୫୭୩ରେ ପହଞ୍ଚିଛି।

{"id":288685,"sizeSlug":"large"}

ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଦେଶରେ ଏବେ ୧ ଲକ୍ଷ ୬୩ ହଜାର ୨୪୮ ଆକ୍ଟିଭ୍ କେଶ୍ ରହିଛି । ମହାରାଷ୍ଟ୍ରରେ ସର୍ବାଧିକ ୧ ଲକ୍ଷ ୨୦ ହଜାର ୫୦୪ ଜଣ ସଂକ୍ରମିତ ହୋଇଥିବା ବେଳେ, ୫ ହଜାର ୭୫୧ ରୋଗୀ ପ୍ରାଣ ହରାଇଛନ୍ତି ।

{"id":288687,"sizeSlug":"large"}

ସେହିପରି ଦିଲ୍ଲୀରେ କରୋନା ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାର ପାର ହୋଇଛି । ଗତ ୨୪ ଘଣ୍ଟାରେ ଦିଲ୍ଲୀ​ରେ ୩ ହଜାର ନୂଆ କେଶ ଆସିଛି । ମୃତ୍ୟ ସଂଖ୍ୟା ମଧ୍ୟ ୨ ହଜାର ଡେଇଁସାରିଛି । ତାମିଲନାଡୁରେ ୫୨ ହଜାର ୩୩୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ୬୨୫ ରୋଗୀଙ୍କ ମୃତ୍ୟୁ ଘଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.