ମହିଳାଙ୍କ ପାଇଁ ଆରପିଏଫରେ ୫୦ ପ୍ରତିଶତ ସଂରକ୍ଷଣ

Published By : Prameya-News7 Bureau | August 13, 2018 IST

ପାଟଣା ୧୩/୮ : କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋୟଲ ମହିଳା ଆରପିଏଫ ଯବାନଙ୍କ ପାଇଁ ୫୦ ପ୍ରତିଶତ ରିଜର୍ଭେସନ ଘୋଷଣା କରିଛନ୍ତି | ଆଗକୁ ହେବାକୁ ଥିବା ୯୫୦୦୦ ରୁ ୧୦୦୦୦ ରେଳବାଇ ବିଭାଗର ମହିଳା ଆରପିଏଫ ଯବାନ ନିଯୁକ୍ତିରେ ଏହି ସୁଯୋଗ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି | ମନ୍ତ୍ରୀ ଆହୁରି ଘୋଷଣା କରିଛନ୍ତି ଯେ, ୧୩,୦୦୦ ପଦବୀ ପାଇଁ ନିଯୁକ୍ତି କମ୍ପ୍ୟୁଟର ଟେଷ୍ଟ ଜରିଆରେ ଅତି ଶୀଘ୍ର ଆରମ୍ଭ ହେବ | ଆହୁରି ମନ୍ତ୍ରୀ କହିଛନ୍ତି କୌଣସି ବ୍ୟକ୍ତିଗତ ସାକ୍ଷାତକାର ହେବ ନାହିଁ | କେବଳ କମ୍ପ୍ୟୁଟର ୭ ଜରିଆରେ ୧୩୦୦୦ ପଦବୀ ପୁରାଣ ପାଇଁ ନିଯୁକ୍ତି ହେବ ବୋଲି ରବିବାର ଦିନ ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଛନ୍ତି | ଆରପିଏଫ, ପ୍ରଥମଥର ପାଇଁ କେନ୍ଦ୍ରୀୟ ୧୯୫୭ ଆକ୍ଟରେ ପରିଚିତ ହୋଇଥିଲା, ଯେଉଁଥିରେ କି ୭୦,୦୦୦ କର୍ମଚାରୀ କାର୍ଯ୍ୟରତ, ଯାହାକି ଦେଶର ଏକ ସର୍ବ ବୃହତ କାର୍ଯ୍ୟକ୍ଷେତ୍ର ଭାବେ ପରିଗଣିତ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.