ମାତିଲା ସ୍ୱାଇନ୍‌ଫ୍ଲୁ; ୫୦ ଘୁଶୁରିଙ୍କୁ ହତ୍ୟା ପରେ ଆହୁରି ୧୦୦୦କୁ ମରାଯାଇପାରେ ବୋଲି କହିଲେ ବିଶେଷଜ୍ଞ

Published By : Prameya-News7 Bureau | December 29, 2022 IST

ନୂଆଦିଲ୍ଲୀ: କରୋନାରେ ନୂଆ ଷ୍ଟ୍ରେନ୍‌ ସାର ବିଶ୍ୱକୁ ହନ୍ତସନ୍ତ କରୁଥିବା ବେଳେ ଏତିକିବେଳେ ବ୍ୟାପିଲାଣି ସ୍ୱାଇନ୍‌ ଫ୍ଲୁ। ଆଫ୍ରିକାନ ସ୍ୱାଇନ ଫ୍ଲୁ ଯୋଗୁ ମଧ୍ୟପ୍ରଦେଶର୫୦ ଘୁଶୁରିଙ୍କୁ ହତ୍ୟା କରାଗଲାଣି। ମଧ୍ୟପ୍ରଦେଶରେ ଦମୋହା ଜିଲଲାରେ ଏଭଳି ଘଟଣା ଘଟିଛି।

ଗୁରୁବାର ଏନେଇ ସୂଚନା ଦିଆଯାଇ କୁହାଯାଇଛି ଯେ ଆଫ୍ରିକୀୟ ସ୍ୱାଇନ୍‌ଫ୍ଲୁ ଚିହ୍ନଟ ହେବା ପରେ ୫୦ ଘୁଶୁରିଙ୍କୁ ହତ୍ୟା କରାଯାଇଛି। ରାଜ୍ୟ ପ୍ରାଣୀ ବିଭାଗର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ରୋଗ ଚିହ୍ନଟ ହେବା ପରେ ପାଖାପାଖି ୧୦୦୦ ଘୋଶୁରିଙ୍କୁ ହତ୍ୟା କରାଯାଇପାରେ।

ତେବେ ଦମୋହା ଠାରୁ ୩୫ କିମି ଦୂର ହାତା ଅଞ୍ଚଳରେ ୩୫ ଯେଉଁ ଦୁଇଟି ଘୁଶୁରି ଠାରୁ ସାମ୍ପଲ ନିଆଯାଇଥିଲା। ସେମାନଙ୍କର ମୃତ୍ୟୁ ହୋଇଛି। ଏମାନଙ୍କ ସାମ୍ପଲସବୁ ଭୋପାଳନର ଲ୍ୟାବକୁ ପଯାଇଥିଲା। ରିପୋର୍ଟରେ ଏମାନେ ସମସ୍ତଙ୍କର ଆଫ୍ରିକୀୟ ସ୍ୱାଇନ୍‌ଫ୍ଲୁ ହୋଇଥିଲା ବୋଲି ଜଣାପଡ଼ିଥିବା ଜିଲ୍ଲା ପଶୁ ଅଧିକାରୀ ବି,କେ ଅସ୍ତି ପିଟିଆଇକୁ ସୂଚନା ଦେଇଛନ୍ତି।

ଘୁଶୁରି ମୃତ ଅଞ୍ଚଳରୁ ଗୋଟିଏ କିମି ଦୂରତା ମଧ୍ୟରେ ସମସ୍ତ ଘୁଶୁରିଙ୍କୁ ହତ୍ୟା କରାଯିବା ସହିତ ସେମାନଙ୍କ ମୃତଦେହକୁ ଠିକ୍ ଭାବେ ପୋତାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୫୦ ଘୁଶୁରିଙ୍କୁ ହତ୍ୟା କରାଯାଇଛି। ଘୁଶୁରି ମୃତ ଅଞ୍ଚଳରୁ ୯ କିମି ଦୂରତା ଭିତରେ ଯାଞ୍ଚ କରାଯାଉଛି ବୋଲି ସ୍ୱାସ୍ଥ୍ୟ ଅଧିକାରୀ ଅସ୍ତି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.