ସୁବର୍ଣ୍ଣରେଖା ନଦୀରେ ପ୍ରଥମ ବନ୍ୟା, ବାଲେଶ୍ୱରର ୫୦ ପଞ୍ଚାୟତ ହେବ ଜଳମଗ୍ନ, ସ୍ଥିତି ପରଖିଲେ ଜିଲ୍ଲାପାଳ
21/08/2022 at 5:44 PM

ବାଲେଶ୍ୱର,୨୧/୮: ବାଲେଶ୍ୱର ଜିଲ୍ଲାର ସୁବର୍ଣ୍ଣରେଖା ନଦୀରେ ପ୍ରଥମ ବନ୍ୟା ଜଳ ଆସିଛି । ରାଜଘାଟ ଠାରେ ବିପଦ ସଂକେତ ୧୦.୩୦ ମିଟର ଥିଲା ବେଳେ ଏବେ ବିପଦ ସଂକେତ ଉପରେ ପ୍ରଭାବିତ ହେଉଛି ବନ୍ୟାପାଣି । ଆଜି ୧୩ ମିଟର ଉପରେ ବନ୍ୟାପାଣି ଆସିବବୋଲି ବାଲେଶ୍ୱର ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଫଳରେ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର, ବାଲିଆପାଳ, ଭୋଗରାଇ ବ୍ଲକ ଅଂଚଳରେ ଏହାର ପ୍ରଭାବ ପଡିବ । ଜଳେଶ୍ୱର ବ୍ଲକର ୨୮ଟି ପଞ୍ଚାୟତ, ବାଲିଆପାଳ ବ୍ଲକର ୧୩ଟି ପଞ୍ଚାୟତ, ଭୋଗରାଇ ବ୍ଲକର ପାଖାପାଖି ୧୦ଟି ପଞ୍ଚାୟତ ଜଳମଗ୍ନ ହେବ ।
ଏନେଇ ଜିଲ୍ଲା ପ୍ରଶାସନ ଏହାକୁ ସମ୍ପୂର୍ଣ୍ଣ ମୁକାବିଲା କରିବା ପାଇଁ ପ୍ରସ୍ତୁତ ଥିବାର ଦେଖିବାକୁ ମିଳିଛି । ପ୍ରତେକ ବ୍ଲକରେ ମୋବାଇଲ ମେଡିକାଲ ଟିମ ସଜାଗ ରହିଛନ୍ତି । ଜିଲ୍ଲାରେ ୪ଟି NDRF ଟିମ, ୬ଟି ODRF ଟିମ ଉପସ୍ଥିତ ରହିଛି । ବନ୍ୟାବିପନ୍ନକୁ ଉଦ୍ଧାର କରିବା ଓ ରିଲିଫ ସାମଗ୍ରୀ ମହଜୁଦ ରଖଯାଇଛି ।ଏହି ବନ୍ୟାରେ ୬୦ନଂ ଜାତୀୟ ରାଜପଥ ଏବଂ ଦକ୍ଷିଣ ପୂର୍ଵ ରେଳ ପଥଉପରେ କୌଣସି ପ୍ରଭାବ ପଡିବ ନାହିଁ । ବନ୍ୟା ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ତଥା ସେମାନଙ୍କ ପାଖରେ ଶୁଖିଲା ଖାଦ୍ୟ ଓ ପିଇବା ପାଣି ଯୋଗାଇ ଦେବା ପାଇଁ ପ୍ରଶାସନ ତରଫରୁ ସୁବନ୍ଦୋବସ୍ତ କରାଯାଇଛି । ଦୁର୍ବଳ ନଦୀ ବନ୍ଧ ପାଇଁ ବାଲି ବସ୍ତା ମହଜୁଦ ରଖା ଯାଇଥିଲା ବେଳେ ନଦୀ କୂଳିଆ ଲୋକମାନେ ବନ୍ୟାକୁ ନେଇ ଭୟଭିତ ଥିବାର ଦେଖିବାକୁ ମିଳିଛି ।