ଅନଲାଇନରେ ବିକ୍ରି ହେଉଛି ୫୦ କୋଟି ହ୍ବାଟ୍ସଆପ୍ ୟୁଜର୍ସଙ୍କ ଫୋନ୍ ନମ୍ବର ! ହୋଇପାରେ ଇତିହାସର ସବୁଠୁ ବଡ଼ ଡାଟା ଉଲ୍ଲଘଂନ...

Published By : Prameya-News7 Bureau | November 26, 2022 IST

ନୂଆଦିଲ୍ଲୀ, ୨୬/୧୧: ଅନଲାଇନରେ ବିକ୍ରି ହେଉଛି ୫୦ କୋଟି ହ୍ବାଟ୍ସଆପ୍‌ ୟୁଜର୍ସଙ୍କ ଫୋନ୍ ନମ୍ବର। କୁହାଯାଉଚି ଏହା ଇତିହାସର ସବୁଠୁ ବଡ଼ ଡାଟା ଉଲ୍ଲଘଂନରୁ ଗୋଟିଏ ହୋଇପାରେ। ସାଇବର ନ୍ୟୁଜ୍‌ର ଏକ ରିପୋର୍ଟ ଅନୁଯାୟୀ, ଏକ ହ୍ୟାକିଂ କମ୍ୟୁନିଟି ଫୋରମ ଏହି ଡାଟା ବିକ୍ରି କରୁଛି। ଡାଟାବେସ୍‌ରେ ୮୪ ଭିନ୍ନ ଭିନ୍ନ ଦେଶରୁ ହ୍ବାଟ୍ସଆପ୍ ୟୁଜର୍ସଙ୍କ ମୋବାଇଲ୍ ନମ୍ବର ରହିଛି। ଏଥିରେ ଆମେରିକା, ବ୍ରିଟେନ୍, ଇଜିପ୍ଟ,, ଇଟାଲୀ, ସାଉଦି ଆରବ ଏବଂ ଭାରତ ସାମିଲ ଥାଇପାରନ୍ତି।

ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ସୂଚନାକୁ ସାଇବର ଅପରାଧୀମାନେ ମୁଖ୍ୟତଃ ଫିଶିଙ୍ଗ ପାଇଁ ବ୍ୟବହାର କରିପାରନ୍ତି। ଏଥିପାଇଁ ହ୍ବାଟ୍ସଆପ୍ ୟୁଜର୍ସଙ୍କୁ ଅଜଣା ନମ୍ବରରୁ କଲ୍ କିମ୍ବା ମେସେଜ୍‌ରୁ ସାବଧାନ ରହିବାକୁ ପରାମର୍ଶ ଦିଆଯାଇଛି। ତେବେ ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଅନଲାଇନରେ ଏହି ଡାଟା ହ୍ବାଟ୍ସଆପ୍‌ର ନିୟମ ସର୍ତ୍ତାବଳୀର ଉଲ୍ଲଘଂନ କରି ହାସଲ କରାଯାଇଥାଏ।

ଅବଶ୍ୟ, ବିକ୍ରେତାର ଦାବି ଅନୁଯାୟୀ ସବୁ ନମ୍ବର ମେଟାର ସ୍ବାମିତ୍ବ ଥିବା ପ୍ଲାଟଫର୍ମର ଆକ୍ଟିଭ୍ ୟୁଜର୍ସଙ୍କର। କିନ୍ତୁ ଏହା କୁହାଯାଇନାହିଁ ଯେ ଡାଟାକୁ ଅପରାଧି କେମିତି ହାସଲ କରିଛନ୍ତି, ବିକ୍ରେତାଙ୍କ ଅନୁଯାୟୀ ଡାଟା ସଂଗ୍ରହ କରିବା ପାଇଁ ନିଜ ରଣନୀତିର ବ୍ୟବହାର କରିଛି।

ତେବେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ମେଟା ଏବଂ ଏହାର ପ୍ଲାଟଫର୍ମ ଡାଟା ଉଲ୍ଲଘଂନର ଖବର ଆସିଛି। ଗତ ବର୍ଷ ଜଣେ ଅପରାଧି ୫୦ କୋଟିରୁ ଅଧିକ ଫେସବୁକ୍ ୟୁଜର୍ସଙ୍କ ତଥ୍ୟକୁ ଅନଲାଇନ୍‌ରେ ମାଗଣାରେ ବିକ୍ରି କରୁଥିଲା। ସେ ସମୟରେ ଲିକ୍ ହୋଇଥିବା ଡାଟାରେ ଫୋନ୍ ନମ୍ବର ସହ ଅନ୍ୟ ତଥ୍ୟ ମଧ୍ୟ ରହିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.