suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଧରା ପଡିବା ଭୟରେ ଗାଡି ଛାଡି ଡ୍ରାଇଭର ଫେରାର

31/10/2020 at 9:28 PM

ସେମିଳିଗୁଡା, ୩୧୧୦: କୋରାପୁଟ ଜିଲ୍ଲା ସେମିଳିଗୁଡା ପୋଲିସ ଏକ ବଡ ଧରଣର ଗଞ୍ଜେଇ ଚୋରାଚାଲାଣର ପର୍ଦ୍ଦାଫାସ କରିଛି । ଏକ କମାଣ୍ଡର ଗାଡିରୁ ପୋଲିସ ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି । ଏନେଇ ସେମିଳିଗୁଡା ଥାନା ଆଇଆଇସି ଧିରେନ କୁମାର ବେହେରା ସୂଚନା ଦେଇଛନ୍ତି ।

ଆଇଆଇସିଙ୍କ ସୂଚନାନୁସାରେ, ନଦନ୍ଦପୁରରୁ ଏକ କମାଣ୍ଡର ସେମିଳିଗୁଡା ଅଭିମୁଖେ ଆସୁଥିଲା । ବୋଡେଙ୍ଗା ଛକଠାରେ ପୋଲିସକୁ ଦେଖି ଗାଡିଟି ଦ୍ରୁତ ଗତିରେ ପଳାଇଥିଲା । ପୋଲିସ ଏହାକୁ ପିଛା କରି ଧରିଥିଲା । ତେବେ ଗାଡିକୁ ରାସ୍ତାରେ ରଖି ଡ୍ରାଇଭରଜଣଙ୍କ ଫେରାର ହୋଇଯାଇଥିଲେ । ପୋଲିସ ଗାଡିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିଲା ।

ଏହି ଘଟଣାରେ ସେମିଳିଗୁଡା ପୋଲିସ ଏକ ମାମଲା ରୁଜୁ କରି କମାଣ୍ଡରକୁ ଜବତ କରିଛି । ଏହି ଘଟଣାରେ ଆଉ କେହି ସଂପୃକ୍ତ ଅଚନ୍ତି ତାହାର ମଧ୍ୟ ତଦନ୍ତ ଆରମ୍ଭ ହୋଇଛି ।

   Related Posts