ସୌସୁମୀ ବର୍ଷାରେ ବେହାଲ୍ ପାକିସ୍ତାନ; ୫୦ ମୃତ, ଅନ୍ଧାରରେ ବଡ଼ ବଡ଼ ସହର

Published By : Prameya-News7 Bureau | July 07, 2023 IST

ଇସ୍‌ଲାମବାଦା: ଗତ ମାସରୁ ପାକିସ୍ତାନରେ ମୌସୁମୀ ବର୍ଷା ଯୋଗୁ ହୋଇଥିବା ବନ୍ୟା ଓ ଭୂସ୍ଖଳନରେ ୮ ଶିଶୁଙ୍କ ସମେତ ଅତିକମରେ ୫୦ ଜଣଙ୍କର ମୃତ୍ୟୁ ହୋଇଛି। ପାକିସ୍ତାନ ସରକାର ଶୁକ୍ରବାର ଏହି ସୂଚନା ଦିଆଯାଇଛି।  

ଗ୍ରୀଷ୍ମ ମୌସୁମୀ ଯୋଗୁ ପ୍ରତିବର୍ଷ ଜୁନ୍ ରୁ ସେପ୍ଟେମ୍ବର ମଧ୍ୟରେ ବାର୍ଷିକ ବୃଷ୍ଟିପାତର ୭୦ରୁ ୮୦ ପ୍ରତିଶତ ଦକ୍ଷିଣ ଏସିଆରେ ହୋଇଥାଏ। ଏଠାରେ ବସବାସ କରୁଥିବା ପ୍ରାୟ ଦୁଇ ବିଲିୟନ ଲୋକ ଓ ଲକ୍ଷ ଲକ୍ଷ କୃଷକଙ୍କ ଜୀବିକା ଏବଂ ଖାଦ୍ୟ ନିରାପତ୍ତା ପାଇଁ ବୃଷ୍ଟିପାତର ଖୁବ୍ ଗୁରୁତ୍ୱ ରହିଛି। କିନ୍ତୁ ଏହି ବୃଷ୍ଟିପାତ ଯୋଗୁ ଭୂସ୍ଖଳନ ଏବଂ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହେଉଛି।

{"width":837,"height":471}
Pakistan deadly monsoon rains claim 55 lives, including eight children |  World News - Hindustan Times

ମୌସୁମୀ ବର୍ଷା ଯୋଗୁ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଏଏଫ୍‌ପିକୁ ସୂଚନା ଦେଇ ପାକିସ୍ତାନ ଜାତୀୟ ବିପର୍ଯ୍ୟୟ ପରିଚାଳନା ବିଭାଗ କହିଛି “ଜୁନ୍ ୨୫ ତାରିଖରୁ ମୌସୁମୀ ବର୍ଷା ଆରମ୍ଭ ହେବା ପର ଠାରୁ ସାରା ପାକିସ୍ତାନରେ ବର୍ଷା ସମ୍ବନ୍ଧୀୟ ବିଭିନ୍ନ ଘଟଣାରେ ପଚାଶ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ୮୭ ଜଣ ଆହତ ହୋଇଛନ୍ତି।” ପୂର୍ବ ପଞ୍ଜାବ ରାଜ୍ୟରେ ସର୍ବାଧିକ ମୃତ୍ୟୁ ହୋଇଥିବା ବେଳେ ଅଧିକାଂଶ ବିଦ୍ୟୁତ୍ ଆଘାତ ଓ ବିଲ୍‌ଡିଂ ଭୁଶୁଡ଼ି ପଡ଼ିବାରୁ ଘଟିଛି ବୋଲି ପାକିସ୍ତାନ କହିଛି।

ଜରୁରୀକାଳୀନ ସେବା ଉଦ୍ଧାର ଟିମ୍ ୧୧୨୨ର ପ୍ରବକ୍ତା ବିଲାଲ ଅହମ୍ମଦ ଫୈଜିଙ୍କ ସୂଚନା ଅନୁସାରେ ଉତ୍ତର-ପଶ୍ଚିମ ଖାଇବର ପାଖ୍‌ତୁନଖ୍ୱା ପ୍ରଦେଶରେ ଗୁରୁବାର ଦିନ ଶଙ୍ଗଲା ଜିଲ୍ଲାର ଭୂସ୍ଖଳନରୁ ଆଠ ଜଣ ଶିଶୁଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଭୂସ୍କଳନ ଜାଗାରେ ଉଦ୍ଧାରକାରୀମାନେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

{"width":838,"height":558}
Heavy monsoon rains return to Pakistan a year after deadly floods | AP News

ପାକିସ୍ତାନର ଦ୍ୱିତୀୟ ବୃହତ୍ତମ ସହର ଲାହୋରର ଅଧିକାରୀ କହିଛନ୍ତି ଯେ ବୁଧବାର ଦିନ ରେକର୍ଡ ବ୍ରେକିଂ ବର୍ଷା ହୋଇଛି। ଫଳରେ ରାସ୍ତା ଘାଟ ନଦୀର ଭ୍ରମ ସୃଷ୍ଟି କରିଛି। ଫଳରେ ସପ୍ତାହେ ହେଲା ସହରର ପ୍ରାୟ ୩୫% ଲୋକ ବିନା ବିଦ୍ୟୁତ୍ ଓ ପାଣିରେ ହଇରାଣ ହେଉଛନ୍ତି।

ସେପଟେ ପାଣିପାଗ ବିଭାଗର କହିବା କଥା ହେଲା ଆଗାମୀ ଦିନରେ ପାକିସ୍ତାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପଞ୍ଜାବର ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେପଟେ ଜଳବନ୍ଦୀରେ ରହୁଥିବା ଲୋକଙ୍କୁ ଉଦ୍ଧାର କରିବା କାର୍ଯ୍ୟ ଜାରି ରହିଛି ବୋଲି ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ କହିଛନ୍ତି।

ଗତଥରର ମୌସୁମୀ ବର୍ଷା ପାକିସ୍ତାନରେ ତାଣ୍ଡବ ରଚିଥିଲା। ଦେଶର ତୃତୀୟାଂଶକୁ ଅଞ୍ଚଳରେ ପାଣିରେ ବୁଡ଼ି ରହିଥିଲା। ଏଥିରେ ପ୍ରାୟ ଦୁଇ ଲକ୍ଷ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୧୭୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।

{"width":843,"height":474}
Pakistan's biggest city paralysed by monsoon rain | World News - Hindustan  Times

ତେବେ ଚଳିତ ମୌସୁମୀରେ ଗତ ମାସରେ ଦେଶର ଉତ୍ତର-ପଶ୍ଚିମ ଦିଗରେ ଅତି କମରେ ୨୭ ଜଣଙ୍କର ମୃତ୍ୟୁ ଘଟିଥିଲା। ସୂଚନା ଥାଉକି ବିଶ୍ୱର ପଞ୍ଚମ ବୃହତ୍ତମ ଜନସଂଖ୍ୟା ବିଶିଷ୍ଟ ଦେଶ ପାକିସ୍ତାନରେ ବିଶ୍ୱରେ ଗ୍ରୀନ୍‌ ହାଉସ୍ ଗ୍ୟାସ୍ ନିର୍ଗମନର ମାତ୍ର ଏକ ପ୍ରତିଶତରୁ କମ୍ ରହିଛି। ହେଲେ ବିଶ୍ୱତାପନ ଯୋଗୁ ସୃଷ୍ଟି ହେଉଥିବା ଖରାପ ଜଳବାୟୁର ଶିକାର କିନ୍ତୁ ପାକିସ୍ତାନ ହେଉଛି ବୋଲି ବୈଜ୍ଞାନିକମାନେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.