ବୌଦ୍ଧ ୧୫।୯: ବୌଦ୍ଧରେ ଦୁଇଟି କାରରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଖବର ପାଇ ମାଡ଼ି ବସିଲା ଆଦର୍ଶ ଥାନା ପୋଲିସ । ମୁରୁସୁଣ୍ଢି ଅଞ୍ଚଳରୁ ଜଣେ ଗିରଫ ଅନ୍ୟ ଜଣେ କାର ଛାଡ଼ି ଫେରାର । ଗିରଫ ଅଭିଯୁକ୍ତ ସମ୍ବଲପୁର ଜିଲ୍ଲା ଶିମିଳିପାଳର ଜିତେନ୍ଦ୍ର ସାହୁ । ଦୁଇଟି କାର ସହ ୫୦ କେଜି ଗଞ୍ଜେଇ ଜବତ ହୋଇଛି ।
ସୂଚନାଯୋଗ୍ୟ ଯେ, ବୌଦ୍ଧ ପଟରୁ ସମ୍ବଲପୁର ଅଞ୍ଚଳକୁ ଦୁଇଟି କାରରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଆଦର୍ଶ ଥାନା ଅଧିକାରୀ ରଞ୍ଜିତ କୁମାର ମୁନି କୌଣସି ଏକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ମୁରୁସୁଣ୍ଢି ଅଞ୍ଚଳରେ ଛପି ରହିଥିଲେ । ସେହି ସମୟରେ ଦୁଇଟି କାର ଦ୍ରୁତ ଗତିରେ ଯାଉଥିବା ବେଳେ କାର୍ଟିକୁ ଅଟକାଇ ଥିଲେ । ପ୍ରଥମ କାର୍ ଡ୍ରାଇଭରକୁ ଅଟକାଇ ତନଖି କରୁଥିବା ବେଳେ ଦ୍ଵିତୀୟ କାର୍ ଡ୍ରାଇଭର ଗାଡ଼ି ଛାଡ଼ି ସେଠାରୁ ଫେରାର ମାରିଥିଲେ । ତେବେ ଦୁଇଟି କାର୍ରେ ଗଞ୍ଜେଇ ଥିବା ବେଳେ ଜଣକୁ ଗିରଫ କରିଛି ପୋଲିସ । ଦୁଇଟି କାର୍ରୁ ପ୍ରାୟ ୫୦କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ ଲକ୍ଷ ହେବା ନେଇ ସୂଚନା ମିଳିଛି । ତେବେ ଏମାନେ କେଉଁ ଠାରୁ ଗଞ୍ଜେଇ ଆଣୁଥିଲେ ଏବଂ କେଉଁ ଅଞ୍ଚଳକୁ ଚାଲାଣ କରୁଥିଲେ ସେ ଦିଗରେ ପୋଲିସ ତଦନ୍ତ ଜାରି ରଖିଛି ।
You Can Read:
ଦୁର୍ବଳ ହେଉଛି ଗଭୀର ଅବପାତ, ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା