୫୦ କେଜି ଗଞ୍ଜେଇ ଜବତ, ଜଣେ ଅଟକ
24/07/2019 at 3:20 PM

ସୋର ୨୪|୭: ସୋରରୁ ୫୦ କେଜି ଗଞ୍ଜେଇ ଜବତ ହୋଇଛି । ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣଙ୍କୁ ଅଟକ ରଖାଯାଇଛି ।

ସୂଚନାଯୋଗ୍ୟ ଯେ, ଗଞ୍ଜେଇ ଚାଲାଣ ଖବର ପାଇ ଏକ କାର୍ର ପିଛା କରିଥିଲା ସେରଗଡ ପୋଲିସ । କାର୍ରୁ ୫୦ କେଜିରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି । କାର୍ ଡ୍ରାଇଭରକୁ ଅଟକ ରଖାଯାଇଥିବା ବେଳେ କାର୍ରେ ଥିବା ଅନ୍ୟ ଜଣେ ମହିଳା ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । କାରରେ କାର୍ଟୁନରେ ପ୍ୟାକେଟ କରି ଗଞ୍ଜେଇ ଚାଲାଣ କରାଯାଉଥିଲା ।
Related Posts
ବିପୁଳ ପରିମାଣର ଗଞ୍ଜେଇ ଜବତ; ୪ ଚୋରା ଚାଲାଣକାରୀ ଗିରଫ
5 July 2022