AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ତନାଘନା, ଗୁଳିମାଡ଼ ସ୍ଥାନରେ ମେଟାଲ ଡିଟେକ୍ଟର ଯାଞ୍ଚ
  • ||
  • କଟକ: ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ
  • ||
  • ଭୁବନେଶ୍ୱର: ଜେଲ୍‌ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
  • ||

ବିବାହ ସମାରୋହରେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ୨ ଶିଶୁ ମୃତ ୫୦ ରୁ ଅଧିକ ଆହତ

9/12/2022 at 9:31 AM

ଜୟପୁର, ୯/୧୨: ବିବାହ ସମାରୋହ ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର। ବିସ୍ଫୋରଣ ଯୋଗୁଁ ଚାଲିଗଲା ୨ ଶିଶୁଙ୍କର ଜୀବନ, ଖାଲି ସେତିକି ନୁହେଁ ୫୦ ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଛନ୍ତି। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏଭଳି ଏକ ଦୁଃଖଦ ଘଟଣା ଘଟିଛି ରାଜସ୍ଥାନ ଜୋଧପୁରରେ ଘଟିଛି। ଗୁରୁବାର ଭୁଙ୍ଗ୍ରା ଗ୍ରାମରେ ଏକ ବିବାହ ସମାରୋହ ହେଉଥିଲା। ଆଉ ବିବାହ ପାଇଁ ଭୋଜି ପ୍ରସ୍ତୁତ କରାଯାଉଥିବା ସ୍ଥାନରେ ଥିବା ଏକ ଗ୍ୟାସ ସିଲିଣ୍ଡରୁ ଗ୍ୟାସ୍ ଲିକ୍ ହୋଇଥିଲା। ଯାହା ପରେ ସେଥିରେ ନିଆଁ ଲାଗିଯାଇଥିଲା ଏବଂ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣର ମାତ୍ରା ଏଭଳି ଥିଲା ଯେ, ଏକ କାନ୍ଥ ଭୁଷୁଡ଼ି ପଡ଼ିଥିଲା।

ଘଟଣାକୁ ନେଇ ଜିଲ୍ଲାପାଳ ହିମାଂଶୁ ଗୁପ୍ତା କହିଛନ୍ତି ଯେ, ଆହତ ୬୦ ଜଣଙ୍କ ମଧ୍ୟରୁ ୪୨ ଆହତଙ୍କୁ ଏମଜିଏଚ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ଘଟଣାରେ ୧୨ ଜଣ ଅଧିକ ଗୁରୁତର ରହିଛନ୍ତି। ସେମାନଙ୍କର ଚିକିତ୍ସା ଜାରି ରହିଥିବା ନେଇ କହିଛନ୍ତି ଜିଲ୍ଲାପାଳ ହିମାଂଶୁ ଗୁପ୍ତା।

   Related Posts