suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ଦୁବାଇ ଫେରନ୍ତା ଫେଡେଏକ୍ସ ବିମାନରେ ପକ୍ଷୀମାଡ଼ ହେବା ପରେ ଦିଲ୍ଲୀ ବିମାନବନ୍ଦରରେ ଏମାର୍ଜେନ୍ସି ଘୋଷଣା
  • ||
  • ଭାରତ ଯୋଡ଼ୋ ଯାତ୍ରାରେ RSSରୁ ଏକ ବିଂଶ ଶତାବ୍ଦୀର କୌରବ ବୋଲି କହିଥିବାରୁ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆଉ ଏକ ମାନହାନୀ ମାମଲା ରୁଜୁ, ଏପ୍ରିଲ ୧୨ରେ ଶୁଣାଣି
  • ||
  • ହାଇଦ୍ରାବାଦରେ ରାମନବମୀ ରାଲିରେ ବିବାଦୀୟ ବୟାନ ଅଭିଯୋଗରେ ନିଲମ୍ବିତ ବିଜେପି ବିଧାୟକ ଟି.ରାଜା ସିଂହଙ୍କ ବିରୋଧରେ ମାମଲା ରୁଜୁ
  • ||
  • ସମ୍ବଲପୁର : ବିଶାଳଖିଣ୍ଡା କେନାଲରେ ଗାଡି ଓଲଟି ୭ଜଣଙ୍କ ମୃତ୍ୟୁ : ଘଟଣାସ୍ଥଳରେ ଏକ୍ସପର୍ଟ ଟିମ୍‌ର ତଦନ୍ତ
  • ||
  • ଭୁବନେଶ୍ବର : ପ୍ଲାଷ୍ଟିକ୍ ବ୍ୟବହାର ନେଇ ୟୁନିଟ୍ ୧ ମାର୍କେଟ୍‌ରେ ବିଏମ୍‌ସି ଚଢଉ, ୩ଟି ହୋଲସେଲ୍ ଦୋକାନ ସିଲ୍
  • ||
  • ଟାଙ୍ଗୀ : ଟ୍ୟୁସନ୍ କରିବାକୁ ଯାଇ ୪ ମାସର ଗର୍ଭବତୀ ୧୨ ବର୍ଷର ନାବାଳିକା ! ଅଭିଯୁକ୍ତ ଅଟକ
  • ||
  • ବାଙ୍କୀ : ପଶ୍ଚିମା ଝଡ ପ୍ରଭାବ : ଭୁଶୁଡ଼ିଲା ବାଙ୍କୀ ସ୍ଵୟଂ ଶାସିତ ମହାବିଦ୍ୟାଳୟର ନବନିର୍ମିତ ଦର୍ଶକ ଗ୍ୟାଲେରୀ
  • ||
  • ଭୁବନେଶ୍ବର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୁଳିଆକୁ ଗଡିବ
  • ||
  • ଭୁବନେଶ୍ବର : ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
  • ||

ୟୁକେରେ ୫୦ ଭାରତୀୟ ଛାତ୍ର ଆଧୁନିକ କ୍ରୀତଦାସ ! ହାଇ କମିଶନଙ୍କ ଚାଞ୍ଚଲ୍ୟକର ଖୁଲାସା

10/02/2023 at 8:38 PM

ନୂଆଦିଲ୍ଲୀ: ବ୍ରିଟେନ୍‌ରେ ଭାରତୀୟ ଛାତ୍ର ଆଧୁନିକ କ୍ରୀତଦାସ ! ୫୦ରୁ ଅଧିକ ଛାତ୍ର ଚାପରେ ଆସି ଦାସତ୍ବ ଗ୍ରହଣ କରିଥିବା ଆଶଙ୍କା । ୟୁକେରେ ଶୋଷଣର ଶିକାର ହେଉଛନ୍ତି ଛାତ୍ର । ଏମାନଙ୍କୁ ଦାସତ୍ବ ପାଇଁ ପ୍ରବତ୍ତାଉଥିବା ୫ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି । ଏନେଇ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରିଛନ୍ତି ବ୍ରିଟେନ୍‌ରେ ଅବସ୍ଥାପିତ ଥିବା ଭାରତୀୟ ହାଇ କମିଶନର ।

ଇଂଲଣ୍ଡରେ ୫୦ରୁ ଅଧିକ ଭାରତୀୟ ଛାତ୍ର ନର୍ଥ ଓ୍ବେଲ୍ସର କେୟାର ହୋମ୍ସରେ ଆଧୁନିକ କ୍ରୀତଦାସ ପ୍ରଥା ସ୍ବିକାର କରିଥିବା ଆଶଙ୍କା କରିଛି ଭାରତୀୟ ଉଚ୍ଚ ଆୟୋଗ । ସହଯୋଗ ଏବଂ କାଉଁସିଲିଂ ପାଇଁ ମିଶନ ସହିତ ସମ୍ପର୍କ କରିବାକୁ ହାଇ କମିଶନରଙ୍କ ପକ୍ଷରୁ ଅପିଲ୍ କରାଯାଇଛି । ୟୁକେ ସରକାରଙ୍କ ଗୁଇନ୍ଦା ଏବଂ ଶ୍ରମ ଶୋଷଣ ଯାଞ୍ଚ ଏଜେନ୍ସି ଗ୍ୟାଙ୍ଗମାଷ୍ଟର୍ସ ଏବଂ ଲେବର ଆବ୍ୟୁଜ୍ ଅଥୋରିଟି ଶ୍ରମ ଶୋଷଣ ମାମଲାରେ ଚଳିତ ସପ୍ତାହରେ ୫ଜଣ ଅଭିଯୁକ୍ତଙ୍କ ବିରୋଧରେ ଅଦାଲତ ଆଦେଶ ପ୍ରାପ୍ତ କରିବାରେ ସଫଳ ହୋଇଛି ।

ଜିଏଲଏଲଏର କହିବା ମୁତାବକ, ଗତ ୧୪ ସପ୍ତାହରେ ଏଜେନ୍ସି ୫୦କୁ ଅଧିକ ଛାତ୍ରଙ୍କୁ ଚିହ୍ନଟ କରିଛନ୍ତି । ଯେଉଁମାନେ ଆଧୁନିକ ଦାସତ୍ବ ସ୍ବିକାର କରିବା ସହିତ ଶ୍ରମ ଶୋଷଣ ନିର୍ଯାତନା ଭୋଗୁଥିବା ଆଶଂକା କରାଯାଉଛି । ଭାରତୀୟ ଉଚ୍ଚ ଆୟୋଗ ଏଭଳି ଖବରକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ଏହା ସହିତ ଛାତ୍ରଙ୍କୁ ସହଯୋଗ ପାଇଁ ଟ୍ବିଟ୍ କରି ଏକ ଓ୍ବେବ୍ ସାଇଟ୍ ପୋଷ୍ଟ କରିଛନ୍ତି ।  ଯେଉଁ ଭାରତୀୟ ଛାତ୍ରଙ୍କୁ ଶୋଷଣ ସାମ୍ନା କରିବାକୁ ପଡ଼ୁଛି ସେମାନେ [email protected]ରେ ସମ୍ପର୍କ କରିବାକୁ ଟୁଇଟରରେ ହାଇ-କମିଶନର କହିଛନ୍ତି ।       

ଗିରଫ ହୋଇଥିବା ପାଞ୍ଚ ଅଭିଯୁକ୍ତ ନର୍ଥ ଓ୍ବେଲ୍ସର କେୟାର ହୋମ୍ସରେ ଭାରତୀୟ ଛାତ୍ରଙ୍କୁ ଭର୍ତ୍ତି କରିବାକୁ ଜିମା ନେଇିଥିବା ସନ୍ଦେହ କରାଯାଉଛି । ଏହି ୫ଜଣ ତଥା ମୈଥ୍ୟୁ ଇସାକ, ଜିନୁ ଚେରିଆନ୍, ଏଲ୍ଡହୋସ୍ ଚେରିଆନ୍, ଏଲ୍ଡହୋସ୍ କୁରିୟାଚନ ଏବଂ ଜୈକାବ ଲିଜୁ ସାମିଲ ଅଛନ୍ତି । ସମସ୍ତ ଅଭିଯୁକ୍ତ କେରଳର ମୂଳ ବାସିନ୍ଦା । ଏମାନଙ୍କୁ ଡିସେମ୍ବର ୨୦୨୧ରୁ ମାର୍ଚ୍ଚ ୨୦୨୨ ମଧ୍ୟରେ ଗିରଫ କରାଯାଇଛି । ଏମାନଙ୍କ ବିରୋଧରେ ଏବେ ଯାଞ୍ଚ ଚାଲିଛି ।

   Related Posts