ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ୫୦ ହାଇଡ୍ରୋଲିକ ବେଡ ଦାନ କଲା ସୀଂଜେଣ୍ଟା

1/07/2021 at 10:07 PM

ଭଦ୍ରକ, ୦୧/୦୭: ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସୀଂଜେଣ୍ଟା ଇଣ୍ଡିଆ ନାମକ କମ୍ପାନୀ ୫୦ ଟି ହାଇଡ୍ରୋଲିକ ବେଡ଼ ପ୍ରଦାନ କରିଛି । ଏହି କମ୍ପାନୀ କୃଷକ ମାନଙ୍କ ପାଇଁ କାର୍ଯ୍ୟ କରିଥାଏ । ତେବେ କରୋନା ମହାମାରୀ ସମୟରେ ସର୍ବସାଧାରଣଙ୍କ ହିତକୁ ନଜରରେ ରଖି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଡାକ୍ତରଖାନାକୁ ବେଡ଼ ଯୋଗାଉଛି ।

ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଉପସ୍ଥିତିରେ ୫୦ଟି ହାଇଡ୍ରୋଲିକ ବେଡ଼ ସହ ବେଡ଼ସିଟ, ତକିଆ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ହସ୍ତାନ୍ତର କରାଯାଇଛି । ଆଗାମୀ ଦିନରେ ଏହି କମ୍ପାନୀ ଦେଶ ସହ ରାଜ୍ୟର ବିଭିନ୍ନ ଡାକ୍ତରଖାନାକୁ ମଧ୍ୟ ବେଡ଼ ପ୍ରଦାନ କରିବ ବୋଲି ସୂଚନା ଦେଇଛି ।

   Related Posts