scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୨୦୧୮ରେ IAS, IPS ଅଫିସରଙ୍କ ପଦନ୍ନୋତି ୫୦% ହ୍ରାସ ପାଇଛି, କିନ୍ତୁ କାରଣ ନେଇ କେହି ପ୍ରଶ୍ନ କରି ନାହାନ୍ତି

6/03/2020 at 8:54 PM

ନୂଆଦିଲ୍ଲୀ ୦୬।୦୩- କେନ୍ଦ୍ର ସରକାରରେ  ୨୦୧୬ ଓ ୨୦୧୮ରେ ଆଇଏଏସ, ଆଇପିଏସ, ଆଇଆରଏସରୁ ଗ୍ରୁପ ଏ ପାଇଁ ହେଉଥିବା ନିଯୁକ୍ତିର ପଦନ୍ନୋତିରେ ୫୦ ପ୍ରତିଶତ ହ୍ରାସ ଘଟିଛି। ବୁଧବାର ଲୋକସଭାରେ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତର ଅନୁଯାୟୀ, ଉପ ସଚିବ, ଯୁଗ୍ମ ସଚିବ, ଅତିରିକ୍ତ ସଚିବ ଓ ସଚିବସ୍ତରୀୟ ପଦୋନ୍ନତି ଜରିଆରେ ହେଉଥିବା ନିଯୁକ୍ତି ସଂଖ୍ୟା ୨୦୧୮ରେ ୨୯୧୮ ରହିଥିଲା।

୨୦୧୬ ଓ ୨୦୧୭ରେ ଏହି ସଂଖ୍ୟା କ୍ରମଶଃ ୫,୯୫୩ ଓ ୫୯୪୪ ରହିଥିଲା। ପ୍ରଶ୍ନର ଉତ୍ତର ଦେଇ ଏହାର ସୂଚନା ଦେଇଛନ୍ତି ରାଜ୍ୟ ମନ୍ତ୍ରୀ ଜିତେନ୍ଦ୍ର ସିଂହ। ଉଲ୍ଲେଖଯୋଗ୍ୟ, ଭାରତ ସରକାରରେ ଆଇଏଏସ, ଆଇପିଏସରୁ ବଡ ଧରଣର ଗ୍ରୁପ ଏ ଅଫିସରଙ୍କୁ ପଦନ୍ନୋତି ଦିଆଯାଇଥାଏ। ମାତ୍ର ଏବେ ଲାଟେରାଲ ଏଣ୍ଟ୍ରି ମାଧ୍ୟମରେ ଗ୍ରୁପ ଅଫିସରଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଉଛି। ଏପରିକି ଉପ ସଚିବଠୁ ନେଇ ସଚିବ ପର୍ଯ୍ୟନ୍ତ ସ୍ତରୀୟ ପଦରେ ନିଯୁକ୍ତି ଦିଆଯାଇଥାଏ।

କାର୍ମିକ ଓ ପ୍ରଶିକ୍ଷଣ  ବିଭାଗ(ଡିଓପିଟି)ର ଅଧିକାରୀ କହିଛନ୍ତି ଯେ, ପଦନ୍ନୋତିରେ ହ୍ରାସ ହେବାର କାରଣ ଅଦାଲତରେ ପଡି ରହିଥିବା ମାମଲା ଓ କମ ଅଧିକାରୀ ଅବସର ନେବା ହୋଇଥାଇପାରେ। ମାତ୍ର ପଦୋନ୍ନତି ୫୦ ପ୍ରତିଶତରୁ କମ ହୋଇଥିବା କଥା ଆମେ ସ୍ପଷ୍ଟ କରି ପାରିବୁ ନାହିଁ।

ସଂଘ ଲୋକ ସେବା ଆୟୋଗ(UPSC)ର ଜଣେ  ବରିଷ୍ଠ ଅଧିକାରୀ ଯିଏ ଗ୍ରୁପ ଏ ଅଫିସରଙ୍କ ପଦନ୍ନୋତି ଉପରେ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦିଅନ୍ତି, ସେ କହିଛନ୍ତି ଯେ, ତାଙ୍କୁ ସରକାରଙ୍କଠୁ ଯେଉଁ ସମ୍ଭାବିତ ନିଯୁକ୍ତି ମିଳେ ସେମାନଙ୍କୁ ପଦନ୍ନୋତି ପାଇଁ ମଞ୍ଜୁରି ମିଳେ।

ଅଧିକାରୀ କହିଛନ୍ତି ଯେ, ପଦନ୍ନୋତିରେ କାହିଁକି ହ୍ରାସ ହୋଇଛି ତାହା କେବଳ ସରକାର କହି ପାରିବେ କାରଣ ୟୁପିଏସସିରେ ନିଯୁକ୍ତି ପାଇଁ ଅଧିକ ସଂଖ୍ୟାରେ ଅଧିକାରୀଙ୍କୁ ପ୍ରସ୍ତାବ ଦେବାର କ୍ଷମତା ନଥାଏ। ଫଳରେ କେହି କହି ପାରୁ ନାହାନ୍ତି ଯେ, କେଉଁ କାରଣ ପାଇଁ ଗ୍ରୁପ ଏ ଅଫିସରଙ୍କ ପଦନ୍ନୋତି ହୋଇ ପାରୁ ନାହିଁ।

   Related Posts