Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

IPL 2023 Final: ଷ୍ଟମ୍ପ ଠାରୁ ଅମ୍ପାୟାର କ୍ୟାପ୍‌ ଯାଏ, ଜାଣନ୍ତୁ ଷ୍ଟାଡିୟମ୍‌ରେ କେଉଁଠି ଲାଗିଛି ୫୦ କ୍ୟାମେରା

29/05/2023 at 9:00 AM

ମୁମ୍ଵାଇ ୨୯।୦୫: ଆଇପିଏଲ୍ ୨୦୨୩ର ମେଗା ଫାଇନାଲ୍ ମ୍ୟାଚ୍ ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବାର ଥିଲା। ଏହା ପୂର୍ବରୁ ଗତକାଲି ୬ଟାରେ କ୍ଲୋଜିଙ୍ଗ ସେରମନି ମଧ୍ୟ ଆୟୋଜିତ ହୋଇଥାନ୍ତା । ହେଲେ ପ୍ରବଳ ବର୍ଷା ଯୋଗୁଁ ଏହି ମ୍ୟାଚ୍ ଖେଳା ଯାଇ ପାରିନାହିଁ।  ଫଳରେ ଆଜି ଅର୍ଥାତ୍‌ ସୋମବାର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଏହି ସିଜିନ୍‌ରେ ଖେଳାଳିମାନଙ୍କ ସହିତ, ସପୋର୍ଟ ଷ୍ଟାଫ୍ ମଧ୍ୟ କଠିନ ପରିଶ୍ରମ କରିଛନ୍ତି । ଏହା ବ୍ୟତୀତ ଦର୍ଶକଙ୍କୁ ଭଲ ଏକ୍ସପିରିୟନ୍ସ ଦେବା ପାଇଁ ପ୍ରଡକ୍ସନ୍ ଏବଂ ପ୍ରସାରଣ ତଥା ବ୍ରଡକାଷ୍ଟ ଟିମ୍‌ କଠିନ ପରିଶ୍ରମ କରିଛନ୍ତି। ବିସିସିଆଇ ଏ ସମ୍ପର୍କରେ ଏକ ଭିଡିଓ ସେୟାର କରିଛି।

ଏନେଇ ଆଇପିଏଲ୍ ଏକ ଭିଡିଓ ଟ୍ୱିଟ୍ କରିଛି। ଏଥିରେ ଷ୍ଟାଡିୟମରେ ଥିବା କ୍ୟାମେରା ବିଷୟରେ ସୂଚନା ଦିଆଯାଇଛି। ବ୍ରଡକାଷ୍ଟ ଏବଂ ପ୍ରଡକସନ୍‌ର ଡାଇରେକ୍ଟର ଦେବ ଶ୍ରୀୟାନ କହିଛନ୍ତି ଯେ ଆଇପିଏଲ ମ୍ୟାଚ୍ ସମୟରେ ଷ୍ଟାଡିୟମରେ ପ୍ରାୟ ୫୦ କ୍ୟାମେରା ଲଗାଯାଇଥିଲା। କ୍ୟାମେରା ଏପରି ସ୍ଥାନରେ ଥିଲା, ଯେଉଁଠାରେ ଜଣେ ସାଧାରଣ ଲୋକ କଳ୍ପନା ମଧ୍ୟ କରିପାରନ୍ତି ନାହିଁ । ଅମ୍ପାୟାରଙ୍କ କ୍ୟାପ୍, ଷ୍ଟମ୍ପ୍, ଷ୍ଟାଡିୟମ୍ ଛାତ, ବାଉଣ୍ଡ୍ରି ଲାଇନ୍‌ ପାଖରେ କ୍ୟାମେରା ଲଗାଯାଇଥିଲା । ଏହି ସିଜିନରେ ୬ଟି ସୁପର ମୋସନ୍ କ୍ୟାମେରା, ୨ଟି ଡ୍ରୋନ୍, ୨ଟି ବଗି କ୍ୟାମେରା ବ୍ୟବହାର କରାଯାଇଥିଲା । ରିପ୍ଲେ ପାଇଁ ଅଲଗା ଅଲଗା କ୍ୟାମେରା ବ୍ୟବହାର କରାଯାଇଥିଲା ।

କହିବାକୁ ଗଲେ ଚେନ୍ନାଇ ଏବଂ ଗୁଜରାଟ ମଧ୍ୟରେ ଫାଇନାଲ ଆଜି ମ୍ୟାଚ୍ ଖେଳାଯିବ । ଏହାପୂର୍ବରୁ ଚେନ୍ନାଇ ପ୍ରଥମ କ୍ଵାଲିଫାଏରରେ ଗୁଜରାଟକୁ ପରାସ୍ତ କରିଥିଲା। ଏଥି ସହିତ ଗୁଜୁରାଟ ଦ୍ୱିତୀୟ କ୍ଵାଲିଫାଏରରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି ବିଜୟ ସହିତ ସେ ଫାଇନାଲରେ ଏଣ୍ଟ୍ରି କରିଥିଲା। ବର୍ତ୍ତମାନ ଗୁଜୁରାଟ ଏବଂ ଚେନ୍ନାଇ ମଧ୍ୟରେ ଏକ କଡ଼ା ଟକ୍କର ଦେଖିବାକୁ ମିଳିବ। ଗୁଜୁରାଟରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଏବଂ ଦମ୍‌ଦାର ବୋଲର ମଧ୍ୟ ଅଛନ୍ତି।

You Can Read:

   Related Posts