୫୦ କଂଗ୍ରେସ ପ୍ରାର୍ଥୀଙ୍କ ନାଁ ଚୂଡାନ୍ତ ହୋଇଥିବା ସୂଚନା ଦେଇଛନ୍ତି ନିରଞ୍ଜନ ପଟ୍ଟନାୟକ
9/09/2018 at 3:32 PM

ଭୁବନେଶ୍ୱର ୯/୯ : ନିର୍ବାଚନ ଯଥେଷ୍ଟ ପୂର୍ବରୁ କଂଗ୍ରେସ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ | କଂଗ୍ରେସର ୫୦ ପ୍ରାର୍ଥୀଙ୍କ ନାଁ ଚୁଡାନ୍ତ ହୋଇସାରିଛି ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ | ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଅନୁପସ୍ଥିତ ଯୋଗୁ ଘୋଷଣାରେ ବିଳମ୍ବ ହେଉଥିବା ସେ କହିଛନ୍ତି | ସେହିପରି ସମବାୟ ବ୍ୟାଙ୍କ ଦୁର୍ନୀତି ନେଇ ଦାମଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି- “ସେ ସମବାୟ ବିଭାଗରେ ପୂର୍ବରୁ ଥିଲେ, ତେଣୁ ତାଙ୍କ କଥାରେ ସତ୍ୟତା ଥାଇପାରେ, ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି, ଏହାର ତଦନ୍ତ ହେଉ, କାଗଜପତ୍ରରେ ଦୁର୍ନୀତି ହୋଇ ଚାଷୀଙ୍କ ଟଙ୍କା ହେରଫେର ହୋଇଛି”
Related Posts
NMIMS ବିଶ୍ଵ ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
7 December 2023