ବନ୍ୟାଜଳ ଦେଖୁ ଦେଖୁ ପୋଲ ତଳକୁ ଖସି ପଡିଲା କୁନି ଝିଅ, ବର୍ତ୍ତମାନ ସୁଦ୍ଧା ଜାରି ରହିଛି ଉଦ୍ଧାର କାର୍ଯ୍ୟ

Published By : Prameya-News7 Bureau | August 27, 2020 IST

ବରଗଡ଼୨୭।୮: ବରଗଡ଼ରେ ଏକ ଦୁଃଖଦ ଘଟଣା ଘଟିଛି। ନଦୀରେ ବନ୍ୟାଜଳ ଦେଖିବାକୁ ଯାଇଥିବା ଜଣେ ୫ ବର୍ଷର କୁନି ଝିଅ ପୋଲ ତଳକୁ ଖସି ପଡିଥିଲା। ବନ୍ୟାପାଣି ଜଳର ପ୍ରଖର ସ୍ରୋତରେ ଶିଶୁକନ୍ୟାଟି ଭାସି ଯାଇଛି। ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଛୋଟ ଝିଅଟି ସନ୍ଧାନ ମିଳି ପାରି ନାହିଁ। ମିଳିଥିବା ସୂଚନା ଅନୁସାରେ ବରଗଡ଼ ବ୍ଲକ ସର୍ଲା ନିକଟରେ ଦେଇ ଯାଇଥିବା ଦନ୍ତା ନଦୀର ବନ୍ୟାଜଳ ଦେଖିବାକୁ ଯାଇଥିବା କୁନି ଝିଅ ପୋଲ ଉପରୁ ଖସି ପଡ଼ିଥିଲା। ଶିଶୁକନ୍ୟା ଜଣକ ସର୍ଲା ଆନ୍ଧ୍ରପଡ଼ାର ଡି. ପୋଡ୍ଡି ରାଜୁଙ୍କ ଝିଅ ଗିରିଜା ହର୍ଷିନୀ। ତାର ବୟସ ୫ ବର୍ଷ। ବରଗଡ଼ ଅଗ୍ନିଶମ କର୍ମଚାରୀ ପହଞ୍ଚି ଦନ୍ତା ନଦୀରେ ଖୋଜାଖୋଜି ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.