ବର୍ବର ଦୁଷ୍କର୍ମକାରୀ : ୬ମାସର ଶିଶୁ ମୁଣ୍ଡରେ ପିସ୍ତଲ୍ ରଖି ମହିଳାଙ୍କୁ ଗଣଦୁଷ୍କର୍ମ

Published By : Prameya-News7 Bureau | August 25, 2020 IST

ମୁଜାଫରପୁର ୨୫/୮: ବିହାରର ମୁଜାଫରପୁରରୁ ଏକ ଲଜ୍ଜାଜନକ ଘଟଣା ସାମନାକୁ ଆସିଛି। ଏଠାରେ କେତେକ ଅସାମାଜିକ ବ୍ୟକ୍ତି ଘରେ ପଶି ଜଣେ ବିବାହିତା ମହିଳାଙ୍କ ୬ମାସର ପୁଅ ମୁଣ୍ଡରେ ପିସ୍ତଲ ରଖି ଗଣଦୁଷ୍କର୍ମ କରିଛନ୍ତି। ଦୁଷ୍କର୍ମର ଭିଡିଓ କରି ଏହାକୁ ଭାଇରାଲ୍ କରି ଦେଇଛନ୍ତି। ଅଭିଯୁକ୍ତମାନେ ମହିଳା ଏବଂ ତାଙ୍କ ପରିବାରକୁ ଜୀବନରେ ମାରି ଦେବାକୁ ଧମକ ଦେଉଛନ୍ତି। ଏହି ମାମଲାରେ ପୋଲିସ୍ ୫ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି।

{"id":319834,"width":578,"height":408,"sizeSlug":"large"}

 କୁହାଯାଉଛି ଯେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ସମସ୍ତ ଅଭିଯୁକ୍ତ ୧୯ରୁ ୨୧ବର୍ଷର। କରଜା ଥାନା ଅଞ୍ଚଳର ଏକ ଗାଁର ମହିଳା ନିଜ ଘରେ ଏକୁଟିଆ ରୁହନ୍ତି। ତାଙ୍କ ସ୍ବାମୀ ବାହାରେ ଦିନମଜୁରିଆ କାମ କରନ୍ତି। ଅଗଷ୍ଟ ୧୨ତାରିଖରେ ଗାଁର ୫ଜଣ ଯୁବକ ଚୁନଚୁନ କୁମାର,ଲାଲବାବୁ କୁମାର,ସାଜନ କୁମାର,ଶ୍ରୀରାମ କୁମାର ଏବଂ ଶିବା କୁମାର ରାତିରେ ଘରେ ରାତିରେ ପଶି ଆସିଥିଲେ। ଚୁନଚୁନ ମହିଳାଙ୍କ ୬ମାସର ଶିଶୁଙ୍କୁ ମୁଣ୍ଡରେ ପିସ୍ତଲ୍ ରଖି ନିଜ ପାଖକୁ ନେଇଯାଇଥିଲା ଏବଂ ଜଣ ଜଣ କରି ୫ଜଣ ମହିଳାଙ୍କୁ ଗଣ-ଦୁ​‌ଷ୍କର୍ମ କରିଥିଲେ।

ପୀଡ଼ିତାଙ୍କ ବୟାନରେ ପୋଲିସ୍ ମାମଲା ରୁଜୁ କରିଛି। ମହିଳାଙ୍କ ଡାକ୍ତରୀ ମାଇନା ମଧ୍ୟ କରାଯାଇଛି।

ଏହି ଘଟଣା ପୂରା ଅଞ୍ଚଳକୁ ଦୋହଲାଇ ରଖି ଦେଇଛି। ଲୋକେ ଅତି ଶୀଘ୍ର ଅଭିଯୁକ୍ତଙ୍କ ଗିରଫ କରିବାକୁ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.