ସ୍କୁଲ ଅଟୋ ପୁଣି ନେଲା ଜୀବନ : ବ୍ରେକ୍ ମାରିବାରୁ ଖସିପଡିଲେ ୫ବର୍ଷର ଶିଶୁ, ଗାଡିରେ ଥିଲେ ୧୫ ଛାତ୍ରଛାତ୍ରୀ
19/02/2020 at 11:42 AM

ସାନଖେମୁଣ୍ଡି ୧୯।୨: ସ୍କୁଲ ଯିବାବେଳେ ଦୁର୍ଘଟଣା । ସ୍କୁଲ ଅଟୋରୁ ଖସି ପଡି ୫ ବର୍ଷ ଶିଶୁର ମୃତ୍ୟୁ ହୋଇଛି । ମୃତ ଶିଶୁ ହେଲେ ଅଜୟ ପ୍ରଧାନ ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ତିଳେସ୍ବରରୁ ଦିଗପହଣ୍ଡି ଯାଉଥିବାବେଳେ ଘଟିଛି ଦୁର୍ଘଟଣା । ସ୍କୁଲ ଯାଉଥିବା ବେଳେ ଅଟୋ ଡ୍ରାଇଭର ହଠାତ୍ ବ୍ରେକ୍ ମାରିବାରୁ ଅଟୋରୁ ଖସିପଡିଲେ ୫ ବର୍ଷ ଶିଶୁ ଅଜୟ ପ୍ରଧାନ । ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଅଟୋରେ ମୋଟ୍ ୧୫ ଜଣ ଛାତ୍ରଛାତ୍ରୀ ଯାଉଥିଲେ ।
Related Posts
ରାଜଧାନୀ ଉପକଣ୍ଠରେ ଚୋରଙ୍କ ଆତଙ୍କ, ଲଗାତାର ଭାବେ ଗୋଟିଏ ଅଞ୍ଚଳରୁ ଚୋରି
29 January 2023