କେମିତି ଏତେ ତଳକୁ ଖସିପରେ ମଣିଷ ! ପିତାକୁ ବନ୍ଧକ ରଖି ୫ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା

Published By : Prameya-News7 Bureau | December 23, 2020 IST

ଝଜ୍ଜର ୨୩/୧୨ : ହରିୟାଣା ଝଜ୍ଜର ଜିଲ୍ଲାରୁ ଏକ ନିହାତି ନିନ୍ଦନୀୟ ମାମଲା ସାମ୍ନାକୁ ଆସିଛି। ଏକ ୫ବର୍ଷର ଶିଶୁକୁ ରବିବାର ରାତିରେ ଅପହରଣ ପରେ ହତ୍ୟା ମାମଲା ସାମ୍ନାକୁ ଆସିଛି। ସିଟି ଥାନା ପୋଲିସ ଅପହରଣ ଓ ହତ୍ୟା ମାମଲା ରୁଜ୍ଜୁ କରିଛି। ଅଭିଯୁକ୍ତ ପଡୋଶୀରେ ରହୁଥିବା ଜଣେ ଅପରାଧୀକ ପ୍ରବୃତ୍ତିର ଯୁବକ। ଅଭିଯୁକ୍ତ ଉପରେ ଅଲବରରେ ଦୁଇ ପୋଲିସକର୍ମୀଙ୍କ ହତ୍ୟା ଓ ଅନ୍ୟ ଅପରାଧିକ ମାମଲାରେ ସାମିଲ ଥିବା ଯାଞ୍ଚ ବେଳେ ଜଣାପଡିଛି।

ସୂଚନା ଅନୁଯାୟୀ, ଝଜ୍ଜର ଜିଲ୍ଲା ଛାୱନିରେ ରାଜମିସ୍ତ୍ରୀ କାମ କରୁଥିବା ଜଣେ ପ୍ରବାସୀ ଏକ ପରିବାର ସହ ରୁହନ୍ତି। ସେହି ପାଖରେ ୨୬ ବର୍ଷୀୟ ବିନୋଦ କୁମାର ମଧ୍ୟ ରୁହେ। ରବିବାର ରାତି ପ୍ରାୟ ଗୋଟାଏ ବେଳେ ପଡୋଶୀ ଯୁବକ ବିନୋଦର କବାଟ ଖଟଖଟ କରିଥିଲା। ବିନୋଦ କବାଟ ଖୋଲି ଦେଖିଲାବେଳକୁ ଯୁବକଙ୍କ ମୁଣ୍ଡରୁ ରକ୍ତସ୍ରାବ ହେଉଥିଲା। ବିନୋଦ ଆହତ ଯୁବକକୁ ନିଜ ଘରକୁ ନେଇ ଆସିଲା ଓ ସେଠାରେ ବନ୍ଦ କରିଦେଲା। ତାପରେ ତାଙ୍କ ଘରକୁ ଗଲା। ସେଠାରେ ଯୁବକଙ୍କ ସ୍ତ୍ରୀ ଓ ୫ ବର୍ଷର ଝିଅ ଥିଲେ।

ବିନୋଦ ପ୍ରଥମେ ପଡିଶାଙ୍କ ସ୍ତ୍ରୀ ସହ ଅସଦାଚରଣ କରିଥିଲା ଓ ଶିଶୁକୁ ଉଠାଇ ନେଇଥିଲା। ଶିଶୁକୁ ନିଜ ଘରକୁ ନେଇଯାଇ ପିତାକୁ ଘରୁ ବାହାର କରିଦେଲା। ପିତାକୁ ଘରୁ ବାହାର କରି ଶୁଶୁ ସହ ଦୁଷ୍କର୍ମ ଓ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଶିଶୁର ପିତା ବାହାରକୁ ବାହାରିବା କ୍ଷଣି ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଘରର କବାଟ ଭାଙ୍ଗି ଦେଖିଲାବେଳକୁ ଘରେ ଶିଶୁର ମୃତଦେହ ପଡିଥିଲା। ପୋଲିସ ତୁରନ୍ତ ଅଭିଯୁକ୍ତକୁ ଗିରଫ କରି ଶିଶୁର ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।

ବିନୋଦ ଏହିଭଳି ଅପରାଧିକ ପ୍ରବୃତ୍ତିର ବୋଲି ଜଣାପଡିଛି। ତା ବିରୋଧରେ ପୂର୍ବରୁ ମଧ୍ୟ ହରିୟାଣା ଓ ରାଜସ୍ଥାନରେ ଲୁଟପାଟ ଓ ହତ୍ୟା ଭଳି ୮ଟି ମାମଲା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.