ଲଜ୍ଜା : ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ
16/01/2019 at 8:24 AM

ବେତନଟୀ ୧୬|୧ : ମୟୂରଭଞ୍ଜ ଜିଲ୍ଲା ବେତନଟୀରେ ଲଜ୍ଜା । ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ବଡସାହି ଥାନା ବଇଁଚା ନୂଆସାହିରେ ଶିଶୁ କନ୍ୟାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଗୁରୁତର ଶିଶୁକନ୍ୟାକୁ ପ୍ରଥମେ ବଡସାହି ଡାକ୍ତରଖାନା ଓ ପରେ ବାରିପଦାକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ସଂଧ୍ୟାରେ ସେହି ଗାଁର କମଳଲୋଚନ ସିଂ ନାମକ ଯୁବକ ପୀଡିତା ଶିଶୁକୁ ପ୍ରଲୋଭନ ଦେଖାଇ ନିଛାଟିଆ ଜାଗାକୁ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏ ନେଇ ପରିବାର ଲୋକେ ଥାନାରେ ଏତଲା ଦେବା ପରେ ଅଭିଯୁକ୍ତକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।
Related Posts
ପବିତ୍ର ମାଘ ସପ୍ତମୀ, ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ
28 January 2023