ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ସହମତିରେ ୫ବର୍ଷ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ, କର୍ଣ୍ଣାଟକ ହାଇକୋର୍ଟ ଶୁଣାଇଲେ ରାୟ

14/03/2023 at 2:14 PM

ବେଙ୍ଗାଲୁରୁ, ୧୪/୦୩: ୫ ବର୍ଷ ଧରି ସହମତିରେ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ । ଏହାକୁ ଅପରାଧ କିମ୍ବା ବିଶ୍ୱାସଘାତ ବା କ୍ରିମିନାଲ ବ୍ରିଚ୍‌ ଅଫ୍‌ ଟ୍ରଷ୍ଟ କୁହାଯାଇପାରିବ ନାହିଁ ବୋଲି କହିଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ଜଣେ ପୂର୍ବତନ ପ୍ରେମିକା ଆଣିଥିବା ଏପରି ଅଭିଯୋଗରୁ ଉଚ୍ଚ ନ୍ୟାୟଳୟ ଖାରଜ କରି ପ୍ରେମିକ ମଲ୍ଲିକାର୍ଜୁନ ଦେଶାଇଙ୍କୁ ମୁକ୍ତ କରିଛନ୍ତି । ମଲ୍ଲିକାର୍ଜୁନ ନିଜ ପ୍ରେମିକାକୁ ବିବାହର ପ୍ରତିଶ୍ରୁତି ଦେଇ ୫ ବର୍ଷ ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରିତ କରିଥିବା ନେଇ ଯୁବତୀ ଜଣକ ନ୍ୟାୟ ପାଇଁ କୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ ।

ଜଷ୍ଟିସ୍‌ ଏମ୍‌. ନାଗପ୍ରସନ୍ନ କହିଥିଲେ, ଥରେ କି ଦୁଇ ଥର ନୁହେଁ କିମ୍ବା କିଛି ଦିନ ବି ନୁହେଁ । ଦୀର୍ଘ ୫ ବର୍ଷ ଧରି ଦେଶାଇ ଯୁବତୀଙ୍କ ଇଚ୍ଛା ବିରୋଧରେ ଶାରୀରିକ ସମ୍ପର୍କ ରଖିଥିଲେ ବୋଲି କୁହାଯାଇପାରିବ ନାହିଁ । ତେବେ ଦେଶାଇଙ୍କ ବିରୋଧରେ ଧାରା ୩୨୩ରେ ଆକ୍ରମଣ ଏବଂ ଧାରା ୫୦୬ରେ ଧମକ ଅନୁଯାୟୀ ମାମଲା ଚାଲିବ ହେଲେ ଦୁଷ୍କର୍ମ ଅଭିଯୋଗ ଚାଲିପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି ।

ସୂଚନା ଅନୁସାରେ, ଦେଶାଇ ଓ ସମ୍ପୃକ୍ତା ଯୁବତୀ ୫ ବର୍ଷ ଧରି ରିଲେଶନସିପ୍‌ରେ ଥିଲେ । ଯୁବତୀ ଜଣକ ଦେଶାଇଙ୍କୁ ବିବାହ କରିବାକୁ ଚାହୁଁଥିଲେ । କିନ୍ତୁ ଜାତିଗତ କାରଣରୁ ଉଭୟଙ୍କ ବାହାଘର ହୋଇପାରି ନ ଥିଲା । ପରେ ଯୁବତୀ ଜଣକ ଦେଶାଇଙ୍କ ବିରୋଧରେ ଦୁଷ୍କର୍ମ ଏବଂ ବିଶ୍ୱାସଘାତ ଅଭିଯୋଗ ଆଣିଥିଲେ । ତେବେ ହାଇକୋର୍ଟ ଏହି ଅଭିଯୋଗକୁ ଖାରଜ କରିଛନ୍ତି । ଏପରିକି ଉଭୟଙ୍କ ଭିତରେ ବିତ୍ତୀୟ ନେଣଦେଣ ମଧ୍ୟ ଆଇପିସି ଧାରା ୪୦୬ ଆଧାରରେ ଆପରାଧିକ ବିଶ୍ୱାସଘାତ ନୁହେଁ ବୋଲି ଅଦାଲତ କହିଛନ୍ତି ।

   Related Posts