ନୟାଗଡରେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ : ଅଭିଯୁକ୍ତ ଗିରଫ
10/06/2019 at 4:20 PM

ନୟାଗଡ଼ ୧୦/୬ : ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ନୟାଗଡ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳରେ ଘଟିଛି ଘଟଣା । ଏ ନେଇ ନାବାଳିକାର ବାପା ଥାନାରେ ଅଭିଯୋଗ କରିବାପରେ ଅଭିଯୁକ୍ତକୁ ଅଟକ ରଖିଛି ପୋଲିସ । ଗତ ଦୁଇଦିନ ତଳେ ଅଭିଯୁକ୍ତ ଚନ୍ଦନ ବେହେରା ନିଜ ସାହିର ୫ ବର୍ଷର ନାବାଳିକାକୁ ଚକଲେଟ୍ ଦେବାକୁ କହି ନିଜ ଘରକୁ ଡାକି ନେଇଥିଲା ଓ ସେଠାରେ ଦୁଷ୍କର୍ମ କରିଥିଲା ।

ଗତକାଲି ନାବାଳିକା ଜଣକ ବାପାକୁ ଏ ସମ୍ପର୍କରେ କହିବା ପରେ ଆଜି ନାବାଳିକାର ବାପା ଇଟାମାଟି ଥାନାରେ ଅଭିଯୋଗ କରିଥିଲେ । ପୋଲିସ ନାବାଳିକାର ଡାକ୍ତରୀମାଇନା କରିବା ସହ କୋର୍ଟରେ ତାର ବୟାନ ରେକର୍ଡ ପାଇଁ ପଠାଇଛି । ସେପଟେ ଅଭିଯୁକ୍ତ ଚନ୍ଦନକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ଆସନ୍ତାକାଲି ତାର ଡାକ୍ତରୀମାଇନା କରାଯିବ ବୋଲି ଏସ.ଡି.ପି.ଓ. କହିଛନ୍ତି ।
