ଅନ୍ବେଷା ଇନ୍ ଚିଟ୍ ଫଣ୍ଡ ମାମଲା : ଡାଇରେକ୍ଟରଙ୍କୁ ୫ବର୍ଷ ଓ ଅନ୍ୟ ୨ଜଣଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ
28/03/2023 at 4:51 PM

ବାଲେଶ୍ବର ୨୮।୩: ଅନ୍ବେଷା ଇନ୍ ଚିଟ୍ ଫଣ୍ଡ ମାମଲାର ରାୟ ପ୍ରକାଶ ପାଇଛି । ତିନି ଜଣଙ୍କୁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ସ୍ପେଶାଲ ଜଜ୍ OPID କୋର୍ଟ । ଡାଇରେକ୍ଟର କୃଷ୍ଣ ଚନ୍ଦ୍ର ସାହୁଙ୍କୁ ୫ବର୍ଷ ଜେଲ ଦଣ୍ଡ କୋର୍ଟ ଶୁଣାଇଛନ୍ତି । ଏହାସହ ୨ ଲକ୍ଷ ୪୦ ହଜାର ଟଙ୍କା କୋର୍ଟ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ବ୍ରାଂଚ ମ୍ୟାନେଜର ପ୍ରଣୟ କୁମାର ବେହେରା ଓ ଅଫିସ ଷ୍ଟାଫ ଅଭିମନ୍ୟୁ ମହାପାତ୍ରକୁ ୩ ବର୍ଷ ଲେଖାଏଁ ଜେଲ୍ ଦଣ୍ଡ ସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି କୋର୍ଟ ।