ନାବାଳିକା ଦୁଷ୍କର୍ମ ମାମଲା: ଦୁଇ ଅଭିଯୁକ୍ତଙ୍କୁ ୫ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଜୋରିମାନା ନିର୍ଦ୍ଦେଶ

Published By : Prameya-News7 Bureau | November 30, 2022 IST

ଫୁଲବାଣୀ, ୩୦/୧୧: ଫୁଲବାଣୀ ଫାଷ୍ଟ ଟ୍ରାକ୍‌ ପୋସ୍କୋ କୋର୍ଟ ଏକ ଦୁଷ୍କର୍ମ ମାମଲାର ବିଚାର କରି ରାୟ ଶୁଣାଇଛନ୍ତି । ଯୁକ୍ତ ଦୁଇରେ ପଢ଼ୁଥିବା ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାର କରି ସାକ୍ଷୀ, ଡ଼ାକ୍ତରୀ ରିପୋର୍ଟ ଏବଂ ସାଇଣ୍ଟିଫିକ୍ ରିପୋର୍ଟ ଆଧାରରେ ଦୁଇ ଅଭିଯୁକ୍ତଙ୍କୁ ବିଚାରପତି ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ସାହୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅଭିଯୁକ୍ତ ଗୁଡାରୀ ଗ୍ରାମର ଜିତୁ ଦିଗାଲ ୨୫ ଓ ବାଦଲ ଦିଗାଲ ୨୪ ଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି କୋର୍ଟ। ଜୋରିମାନା ଅନାଦେୟ ଅଭିଯୁକ୍ତଙ୍କୁ ଆଉ ଅଧିକ ୩ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି।

ସରକାରଙ୍କ ତରଫରୁ ପୋକ୍ସ୍ କୋର୍ଟର ସ୍ଵତନ୍ତ୍ର ସରକାରୀ ଓକିଲ ବନମାଳୀ ବେହେରା ମାମଲାକୁ ପରିଚାଳନା କରୁଥିଲେ। ପୋଲିସ ସୂଚନା ଅନୁସାରେ ଯୁକ୍ତ ଦୁଇ ଶ୍ରେଣୀରେ ପଢୁଥିବା ନାବାଳିକା ଜଣକ ତାଙ୍କ ସମ୍ପର୍କୀୟ ଘରେ ରହୁଥିଲେ l ନାବାଳିକା ଜଣକ ରାତିରେ ନିଜ ଗ୍ରାମକୁ ଅଟୋ ଯୋଗେ ଯିବା ବେଳେ ଗୁଡାରୀ ନିକଟରେ ଦୁଇ ଅଭିଯୁକ୍ତ ଅଟୋକୁ ଅଟକାଇ ନାବାଳିକାକୁ ଦୁଷ୍କର୍ମ କରିଥିବା ଲିଖିତ ଅଭିଯୋଗ ହୋଇଥିଲା l ନାବାଳିକାର ପିତା ଏନେଇ ଖଜୁରୀ ପଡା ଥାନାରେ ଏତଲା ଦେଇଥିଲେ । ଥାନାଧିକାରୀ କେଶ୍ ନମ୍ବର ୪୦/୨୦୧୮ରେ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ ଗିରଫ କରି ଅଦାଲତରେ ହାଜର କରାଇଥିଲେ। ତେବେ ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.