ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

୫ ବର୍ଷ ବୟସ୍କ ବାଳକ ୪୧୦୫ ଥର ପୁଷ-ଅପ ମାରି ସୃଷ୍ଟି କଲେ ବିଶ୍ୱ ରେକର୍ଡ, ଉପହାର ପାଇଲେ ମର୍ସିଟିଜ କାର

24/11/2018 at 3:47 PM

ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିବା ହେଲେ କଥାଟି ସତ | ଆମେ ଆପଣଙ୍କୁ ଏମିତି ଏକ ବାଳକ ବିଏସଆର କହିବାକୁ ଯାଉଛୁ ଯିଏକି ଅଳ୍ପ ବୟସରେ ବ୍ୟାୟାମ କରି ପ୍ରଶଂସାର ପତ୍ର ହୋଇଛି | କେବେ ମଧ୍ୟ କାହାର ବୟସ, ଉଚ୍ଚତା କିମ୍ବା ରହଣି ଦେଖି କୌଣସି ନିର୍ଣ୍ଣୟରେ ପହଂଚିବା ଅନୁଚିତ | ରୁଷରେ ରହୁଥିବା ଜଣେ ୫ ବର୍ଷ ବୟସ୍କ ବାଳକ ପୁଷ-ଅପ ଲଗେଇ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି | ୪୧୦୫ ଥର ପୁଷ-ଅପ ଲଗେଇ ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛନ୍ତି |

ଆସନ୍ତୁ ଜାଣିବା ବାଳକ ଜଣକ କିଏ …
୫ ବର୍ଷ ବୟସ୍କ ଏହି ବାଳକର ନାଁ ହେଉଛି ସଖୀମ କୁରାୟବ | ସଖୀମଙ୍କୁ ଅତି ପିଲାବେଳୁ ହିଁ ବ୍ୟାୟାମର ବହୁତ ସଉକ ରହିଛି | ସେ ବ୍ୟାୟାମ କରିବାକୁ ଭଲ ପାଆନ୍ତି | ବଡ ହୋଇ ସେ ବଡି ବିଲଡିଂ ମଧ୍ୟ କରିବାକୁ ଚାହାନ୍ତି | ଏହି ନିଶାରେ ୨ ଘଣ୍ଟା ୨୫ ମିନିଟରେ ୪୧୦୫ ଥର ପୁଷ-ଅପ ଲଗେଇ ସେ ସମସ୍ତଙ୍କୁ ଚକିତ କରିଦେଇଛନ୍ତି |

ସଖୀମଙ୍କ ଏହି କାରନାମା ବିଷୟରେ ଜାଣିବା ପରେ ରୁଷ ସେନାର ଲେଫ୍ଟେନେଣ୍ଟ ରମଜାନ କଦ୍ଦରୋବ ତାଙ୍କୁ ଏକ ମର୍ସିଟିଜ କାର ଉପହାର ଦେଇଛନ୍ତି | ଏହି କାରର ମୂଲ୍ୟ ପାଖାପାଖି ୨୬ ଲକ୍ଷ ଟଙ୍କା |

ସବୁଠାରୁ କାମ ବୟସରେ ସର୍ବାଧିକ ପୁଷ-ଅପ ଲଗେଇ ସଖୀମ ୱାର୍ଲଡ ରେକର୍ଡ ସୃଷ୍ଟି କରିଛନ୍ତି | ସଖୀମ ପ୍ରତିଦିନ ବ୍ୟାୟାମ କରନ୍ତି | ଭବିଷ୍ୟତରେ ସେ ୫୦୦୦ ରୁ ଅଧିକ ପୁଷ-ଅପ ଲଗେଇ ପାରିବେ ବୋଲି ଆଶା ପ୍ରକାଶ କରିଛନ୍ତି |

   Related Posts