ୟୁପିରେ କାଞ୍ଝଓ୍ବାଲା ଘଟଣାର ପୁନରାବୃତ୍ତି, ଦୁର୍ଘଟଣା ପରେ ଛାତ୍ରକୁ ୧କିମି ଟାଣିନେଲା କାର୍

Published By : Prameya-News7 Bureau | January 07, 2023 IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଦିଲ୍ଲୀ କାଞ୍ଝଓ୍ବାଲା ଘଟଣାର ପୁନରାବୃତ୍ତି । ଦୁର୍ଘଟଣା ପରେ ୧୫ ବର୍ଷ ନାବାଳକଙ୍କୁ ଟାଣି ନେଲା କାର୍। ୟୁପିର ହାର୍ଡୋରରେ ଏହି ଘଟଣା ଘଟିଛି । ଛାତ୍ର ଜଣକ ଟ୍ୟୁସନରୁ ଫେରୁଥିବାବେଳେ ଓ୍ବାଗନଆର୍ କାର୍ ଦୁର୍ଘଟଣା କରିଥିଲା । ପରେ ଛାତ୍ରଙ୍କୁ ୧କିଲୋମିଟର ପର୍ଯ୍ୟନ୍ତ ଟାଣି ନେଇଯାଇଥିଲା । ଏହି ଭୟଙ୍କର ଦୁର୍ଘଟଣାର ଭିଡିଓ ସିସିଟିଭିରେ କଏଦ ହୋଇଛି ।

wp:html /wp:html

ଘଟଣାରେ କୋତବାଲି ପୋଲିସ କାର୍ ଡ୍ରାଇଭରକୁ ହେପାଜତକୁ ନେଇ ପଚରାଉଚରା କରୁଛି । ଗୁରୁତର ଛାତ୍ରକୁ ସ୍ଥାନୀୟ ମେଡିକାଲ କଲେଜରେ ଚିକିତ୍ସା କରାଯାଉଛି । ଛାତ୍ରଜଣଙ୍କ ସନାତନ ଧର୍ମ ଇଣ୍ଟର କଲେଜରେ ନବମ ଶ୍ରେଣୀରୁ ପଢୁଛନ୍ତି । ଶୁକ୍ରବାର ଦିନ ସଂଧ୍ୟାରେ କେତନ ସାଇକେଲରେ ଟ୍ୟୁସନରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଦ୍ରୁତ ଗତିରେ ଆସୁଥିବା ଓ୍ବାଗନଆର୍ କାର୍ ଛାତ୍ରଙ୍କୁ ଧକା ଦେବା ପରେ ଏକ କିଲୋମିଟର ପର୍ଯ୍ୟନ୍ତ ଘୋଷାରୀ ନେଇଥିଲା। ସ୍ଥାନୀୟ ଲୋକ ଛାତ୍ରକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଘଟଣାର ଭିଡ଼ିଓ ସିସିଟିଭିରେ କଏଦ ହୋଇଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.