୫ ବର୍ଷର ନାବାଳିକଙ୍କୁ ଯୌନ ନିର୍ଯାତନା ପରେ ହତ୍ୟା; ୨୦ ଶ୍ରମିକ ଅଟକ

Published By : Prameya-News7 Bureau | April 13, 2024 IST

internet

ପାଣାଜୀ: ଗୋଆରେ ୫ ବର୍ଷର ନାବାଳିକାକୁ ଯୌନ ନିର୍ଯାତନା ପରେ ହତ୍ୟା ଘଟଣା ପୂରା ରାଜ୍ୟକୁ ଦୋହଲାଇ ଦେଇଛି। ଦକ୍ଷିଣ ଗୋଆ ଭସୋକା ଏରିଆରେ ଏହି ନାରକୀୟ କାଣ୍ଡ ଘଟିଛି। ନିର୍ମାଣ କାମ ଚାଲିଥିବା ସାଇଟ୍‌ରେ ୫ ବର୍ଷର ନାବାଳିକାର ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣାରେ ନିର୍ମାଣ ସାଇଟ୍‌ରେ କାମ କରୁଥିବା ୨୦ ଜଣ ଶ୍ରମିକଙ୍କୁ ଅଟକ ରଖିଛି ଗୋଆ ପୁଲିସ।

ପୁଲିସର ସୂଚନା ଅନୁସାରେ, ନାବାଳିକାକୁ ଯୌନ ନିର୍ଯାତନା ଦେବା ସହ ତାକୁ ଗାଳି ଚାପି ହତ୍ୟା କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ନାବାଳିକା ନିଖୋଜ ହେବାର କିଛି ଘଣ୍ଟା ପରେ ଶୁକ୍ରବାର ପୀଡ଼ିତାଙ୍କ ବାପାମା ନିର୍ମାଣ କାମ ଚାଲୁଥିବା ଭାଡେମ ସାଇଟ୍‌ରେ ତାଙ୍କର ଝିଅର ମୃତଦେହ ପାଇଥିଲେ। ଏହାପରେ ସେମାନେ ତୁରନ୍ତ ତାକୁ ଚିକାଲିମ ସବ୍ ଡିଷ୍ଟ୍ରିକ୍ଟ ହସ୍‌ପିଟାଲ୍‌କୁ ନେଇଥିଲେ। ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

ପଢ଼ନ୍ତୁ-ସିଡନୀରେ ଫୁଟିଲା ଗୁଳି ଓ ଚାଲିଲା ଛୁରୀ; ଆତତାୟୀଙ୍କ ଆକ୍ରମଣରେ ୪ ମୃତ, ଅନେକ ଗୁରୁତର


ଝିଅକୁ ଦୁଷ୍କର୍ମ କରିବା ପରେ ହତ୍ୟା କରାଯାଇଛି ବୋଲି ପୀଡ଼ିତାଙ୍କ ମାଆ ଅଭିଯୋଗ କରିବା ପରେ ବାସ୍‌କୋ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପୀଡ଼ିତାଙ୍କ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ସମାନ କଥା କହୁଛି। ପୀଡ଼ିତାଙ୍କୁ ଯୌନ ନିର୍ଯାତନା ଦିଆଯିବା ପରେ ଗଳା ଚିପି ହତ୍ୟା କରାଯାଇଥିବା ରିପୋର୍ଟରେ ବାହାରିଛି ବୋଲି ଦକ୍ଷିଣ ଗୋଆ ଏସ୍‌ପି ସୁନୀତ ସାୱନ୍ତ କହିଛନ୍ତି। ପୋକ୍ସୋ ଆକ୍ଟ ସମେତ ଆଇପିସି ଧାରା ୩୭୬, ୩୦୨ ଅନୁସାରେ ମାମଲା ରୁଜୁ କରି ତଦନ୍ତ କରାଯାଉଛି। ମାମଲାରେ ନିର୍ମାଣ ସାଇଟ୍‌ରେ ୧୫-୨୦ ଶ୍ରମିକଙ୍କୁ ଅଟକ ରଖି ମାମଲାରେ ପଚରାଉଚରା କରାଯାଉଛି ବୋଲି ଏସ୍‌ପି କହିଛନ୍ତି। ମାମଲାରେ ଜଦାତୀୟ ଶିଶୁ ଅଧିକାର ସୁରକ୍ଷାଇ କମିଶନ ଅଧ୍ୟକ୍ଷ ପ୍ରିୟଙ୍କ କାନୁନଗୋ ଏହି ମାମଲାଲେର ଗୋଆ ସରକାରଙ୍କୁ ନୋଟିସ୍ କରି ମାମଲାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.