୫ ବର୍ଷର ବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ! ଲୋକଙ୍କ ମାଡରେ ଅଭିଯୁକ୍ତ ଗୁରୁତର, ଥାନା ଘେରାଉ କଲେ ଉତ୍ତ୍ୟକ୍ତଲୋକ

Published By : Prameya-News7 Bureau | April 12, 2019 IST

ଜଟଣୀ ୧୨|୪: ଜଟଣୀ ମୁଣ୍ଡିଆ ସାହିରେ ଅଭାବନୀୟ ଘଟଣା ଘଟିଛି । ୫ବର୍ଷର ବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାରଲୋକ । ଜଣେ ମଦ୍ୟପ ଯୁବକ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଫଳରେ ନାବାଳିକାର ମୃତ୍ୟୁ ହୋଇଛି ।

{"id":102614}

ଗଂଜାମ ଜିଲ୍ଲା ବୁଗୁଡା ଅଞ୍ଚଳର ଜଣେ ଯୁବକ ଗତ ୫ଦିନ ହେବ ଜଟଣୀ ମୁଣ୍ଡିଆ ସାହିରେ ଭଡାରେ ରହିଆସୁଥିଲେ । ଗତକାଲି ରାତି ପ୍ରାୟ ୧୦ଟା ସମୟରେ ନାବାଳିକା ଜଣକ ଖେଳୁଥିବା ସମୟରେ ମଦ୍ୟପ ଯୁବକ ତାକୁ ଉଠାଇ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକେ ନାବାଳିକାକୁ ଉଦ୍ଧାର କରି ଜଟଣୀ ରେଳବାଇ ହସ୍ପିଟାଲକୁ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

{"id":102615}

ସ୍ଥାନୀୟ ଲୋକେ ଅଭିଯୁକ୍ତକୁ ଧରି ନିସ୍ତୁକ ପିଟିଛନ୍ତି । ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ କଟକ ମେଡିକାଲରେ ତା’ର ଚିକିତ୍ସା ଚାଲିଛି । ସେପଟେ ରାତିରୁ ସ୍ଥାନୀୟ ଲୋକେ ଜଟଣୀ ଥାନା ସମ୍ମୁଖରେ ଧାରଣା ଦେବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।

{"id":102616}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.