୩ ଦିନ ହେଲା ଶବ ଗୃହରେ ପଡ଼ିଛି ୫ଜଣଙ୍କ ଶବ, ଏପର୍ଯ୍ୟନ୍ତ ମିଳି ନାହିଁ କ୍ଷତିପୂରଣ

Published By : Prameya-News7 Bureau | January 24, 2020 IST

ସୁନ୍ଦରଗଡ଼୨୪/୧: ତିନି ଦିନ ହେଲା ଶବ ଗୃହରେ ପଡ଼ି ରହିଛି ପାଞ୍ଚଟି ମୃତଦେହ । ହେଲେ କ୍ଷତିପୂରଣ ନମିଳିବା ପର୍ଯ୍ୟନ୍ତ ଶବ ନେବେ ନାହିଁ ବୋଲି ସଂପର୍କୀୟମାନେ ଅଡ଼ି ରହିଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ରମାବାହାଲରେ ବିଜୁ ଏକ୍ସପ୍ରେସ୍‌ ହାଇୱେରେ କାର୍ ଧକ୍କାରେ ପ୍ରାଣ ହରାଇଥିବା ୫ ଜଣ ମହିଳାଙ୍କ ପରିବାରକୁ ଏ ପର୍ଯ୍ୟନ୍ତ କୌଣସି କ୍ଷତିପୂରଣ ମିଳିନାହିଁ ।

{"id":215565,"sizeSlug":"large"}

ରାସ୍ତା କାମ କରୁଥିଲେ । ପୋକମାଛି ଭଳି ମାଡ଼ିଦେଲା କାର୍‌। ୫ ଜଣଙ୍କ ମୃତ୍ୟୁ ହେଲା। କିନ୍ତୁ କାହିଁକି ଦିଆଯାଇନି କ୍ଷତିପୂରଣ । ସୁନ୍ଦରଗଡ଼ ରମାବାହାଲ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୫ ମହିଳା ଶ୍ରମିକଙ୍କ ପରିବାରକୁ କାହିଁକି ମିଳିନି କ୍ଷତପୂରଣ। କଣ ଏମାନେ ଶ୍ରମିକ ବୋଲି ଏମାନଙ୍କୁ ଅଣଦେଖା।

{"id":215567,"sizeSlug":"large"}

ଏଭଳି କିଛି ଅଭିଯୋଗ କରି ସେହି ରାସ୍ତା ଉପରେ ବସିଛନ୍ତି ଗାଁ ଲୋକେ। ଅଟକି ରହିଛି ଶହ ଶହ ଗାଡ଼ି । ମୃତକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା କ୍ଷତିପୁରଣ ସହିତ ଠିକା ସଂସ୍ଥା ଏଲ୍‌ ଏଣ୍ଡ୍‌ ଟିରେ ଚାକିରୀ ଦାବି କରିଛନ୍ତି ଆନ୍ଦୋଳନକାରୀ ।ଏନେଇ କୁତ୍ରା ଥାନାରେ ଆଲୋଚନା ହେବାର ଥିଲେ ମଧ୍ୟ ଆଲୋଚନା ପାଇଁ ଆସିନଥିଲେ ଏଲ୍‌ ଏଣ୍ଡ୍‌ ଟି କର୍ତ୍ତୃପକ୍ଷ ।

{"id":215566,"sizeSlug":"large"}

ଗତ ୨୨ ତାରିଖରେ ଏଲ୍‌ ଏଣ୍ଡ୍‌ ଟି ଅଧିନରେ ମହିଳା ଶ୍ରମିକ ମାନେ କାମ କରୁଥିବା ବେଳେ ଏକ ଦ୍ରୁତଗାମୀ କାର୍‌  ରାସ୍ତା ସେପଟୁ ଆସି ସେମାନଙ୍କ ଉପରେ ଚଢ଼ିଯାଇଥିଲା। ଏଥିରେ କାର୍‌ଟି ମଧ୍ୟ ସଂପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି ।

{"id":215568,"sizeSlug":"large"}

ମୃତ ୫ ମହିଳା ଶ୍ରମିକଙ୍କ ମଧ୍ୟରୁ ୨ ଜଣଙ୍କ ଶବ ରାଜଗାଙ୍ଗପୁର ଡାକ୍ତରଖାନା ଏବଂ ଅନ୍ୟ ୩ ଜଣଙ୍କର ରାଉରକେଲା ସରକାରୀ ଡାକ୍ତରଖାନାର ଶବଗୃହରେ ପଡ଼ି ରହିଛି ।ରାସ୍ତା ଅବରୋଧ ଚାଲିଥିବା ବେଳେ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ଦୁର୍ଘଟଣାକୁ ନେଇ ସାରା ରାଜ୍ୟରେ ଉଦ୍‌ବେଗ ପ୍ରକାଶ ପାଇଥିଲା । ସେମାନଙ୍କୁ କ୍ଷତିପୂରଣ ନମିଳିବାକୁ ନେଇ ମଧ୍ୟ ଲୋକଙ୍କ ମନରେ କ୍ରୋଧ ଜାଗିଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.