ଚୋରି କରୁଥିବା ସନ୍ଦେହରେ ୟୁପିର ୫ ମହିଳା ଅଟକ, ପୋଲିସ୍‌ ଜିମା ଦେଲେ ଲୋକେ

Published By : Prameya-News7 Bureau | October 19, 2022 IST

ସମ୍ୱଲପୁର, ୧୯/୧୦: ଚୋରି କରୁଥିବା ସନ୍ଦେହରେ ୟୁପିର ୫ ମହିଳା ଅଟକ । ମହିଳାଙ୍କୁ ସନ୍ଦେହ କରି ଅଟକ ରଖିଲେ ସ୍ଥାନୀୟ ଲୋକେ । ସମ୍ବଲପୁର ସହର ସାକ୍ଷୀପଡା ଅଂଚଳରେ ଘଟିଛି ଏହି ଘଟଣା । ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ଚୋରୀ କରିଥିବା ସନ୍ଦେହରେ ୫ ମହିଳାଙ୍କୁ ଅଟକ ରଖିଥିଲେ ଅଂଚଳବାସୀ । ରେଳ ଷ୍ଟେସନରୁ ଚୋରୀ କରିଥିବା ଅଭିଯୋଗରେ ସ୍ଥାନୀୟ ଲୋକ ସେମାନଙ୍କୁ ଅଟକ ରଖିଥିଲେ । ତେବେ ମହିଳାମାନେ ୟୁପିର ହୋଇଥିବାବେଳେ ସନ୍ଦିଗ୍ଧ ଭାବରେ ବୁଲୁଥିଲେ । ତେବେ ସମସ୍ତଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଖବର ପାଇ ଧନୁପାଲି ପୋଲିସ ପହଂଚି ଛାନଭିନ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.