ପାଟନା, ୨୫/୧୨: ଜମି ବିବାଦକୁ ନେଇ ୫ ମହିଳାଙ୍କୁ ଗୁଳିମାଡ଼। ବିହାର ବେତିହାରେ ଘଟିଛି ଏହି ଘଟଣା। ହସ୍ପିଟାଲରେ ମୃତ୍ୟୁ ସହ ଲଢ଼ୁଛନ୍ତି ଗୁରୁତର ୫ ମହିଳା। ସେପଟେ ଅଭିଯୁକକୁ କାବୁ କରିଛି ପୋଲିସ୍। ପୋଲିସର କହିବା ଅନୁଯାୟୀ, ମହିଳାମାନେ ଜମିକୁ ବିବାଦକୁ ନେଇ ବିରୋଧ କରୁଥିବାବେଳେ ଏହି ଗୁଳିମାଡ଼ ହୋଇଥିଲା।
ସୂଚନା ଅନୁଯାୟୀ, ୧୯୮୫ ରେ ସରକାରଙ୍କ ଦ୍ବାରା ଭୂମିହୀନ ଶ୍ରମିକଙ୍କୁ ଏହ ଜମି ଯୋଗାଇ ଦିଆଯାଇଥିଲା ବୋଲି କହିଛନ୍ତି ଗ୍ରାମବାସୀ। । କିନ୍ତୁ ସେଠାରୁ ବିତାଡ଼ିତ ହୋଇଥିବା ଲୋକମାନେ ଜମି ଉପରେ ଦାବି କରିଥିଲେ। ଏହାପରେ ମାମଲା କୋର୍ଟରେ ପହଞ୍ଚିଥିଲା। ୨୦୦୪ ରୁ କୋର୍ଟ ଏହି ଜମି ହସ୍ତାନ୍ତର ଉପରେ ରୋକ୍ ଲଗାଇଛନ୍ତି।
ତେବେ ରବିବାର ସକାଳେ ଜମିର ପୂର୍ବତନ ମାଲିକ ଶିଶର ଦୁବେ ଏକ ଟ୍ରାକ୍ଟର ଆଣିଥିଲେ ଏବଂ ବଳପୂର୍ବକ ହଳ କରିବାକୁ ଚେଷ୍ଟା କରିଥିଲେ। ଏତିକିବେଳେ କିଛି ବିରୋଧ କରିଥିଲେ। ଆଉ ଏଥିରେ ଉତ୍ୟକ୍ତ ହୋଇଛି ଶିଶିର ଏକ ବନ୍ଧୁକ ବାହାର କରିଥିଲେ ଏବଂ ସେମାନଙ୍କ ଉପରକୁ ଚଳାଇଥିଲେ। ଯେଉଁଥିରେ ୫ ମହିଳା ଆହତ ହୋଇଥିବା ନେଇ କହିଛି ପୋଲିସ୍।
ବେତିହା ପୋଲିସ୍ ସୁପରିଟେଣ୍ଡେଣ୍ଟ ଉପେନ୍ଦ୍ରନାଥ ବର୍ମା କହିଛନ୍ତି ଯେ ପୋଲିସ୍ ଘଟଣାର ତଦନ୍ତ କରୁଛି। ଜମି କାହାର ତାହାର ମଧ୍ୟ ତଦନ୍ତ ହେଉଛି। ଘଟଣାରେ ଜଣକୁ ଗିରଫ କରାଯାଇଛି ଗୁଳିଚଳାଇଥିବା ବ୍ୟକ୍ତିକୁ ଗିରଫ କରାଯାଇଛି। ବନ୍ଧୁକ ମଧ୍ୟ ଜବତ କରାଯାଇଛି। ସେପଟେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ସେମାନଙ୍କର ଚିକିତ୍ସା ଚାଲିଛି।