suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଜାଣନ୍ତୁ ଭାରତର ଶ୍ରେଷ୍ଠ ବଡି ବିଲ୍ଡରମାନଙ୍କୁ, ତାଙ୍କ ଆଗରେ କିଛି ବି ନୁହନ୍ତି ଅଣ୍ଡରଟେକର

19/05/2019 at 7:17 PM

ସୁସ୍ଥ ସ୍ବାସ୍ଥ୍ୟ ସମସ୍ତଙ୍କର ଇଛା। ସ୍ବାସ୍ଥ୍ୟ ସହ ଶରୀର ନିଶ୍ଚିତ ରୂପେ ଏକ ବରଦାନ କୁହାଯାଇପାରେ। ଏଭଳି ସୁନ୍ଦର ସ୍ବାସ୍ଥ୍ୟ ଯୁବକଙ୍କ ସଂଖ୍ୟା ଦେଶରେ କମ୍ ନାହିଁ । ହେଲେ ଏକ୍ଷତ୍ରରେ ଖୁବ କମ୍ ଲୋକଙ୍କୁ ସଫଳତା ମିଳିପାରିଛି । ଏମାନଙ୍କର ସୁନ୍ଦର ଓ ସୁଠାମ ଶରୀର ଓ ଅନ୍ଦାଜ ଆଗରେ ଅଣ୍ଡରଟେକର କିଛି ବି ନୁହଁନ୍ତି । ଆସନ୍ତୁ ଜାଣିବା ଭାରତର ଏଭଳି ସୁନ୍ଦର ସ୍ବାସ୍ଥ୍ୟର ଧନୀ ୟୁବକମାନଙ୍କୁ

ଏଇଭଳି ଶରୀର ଓ ସ୍ବାସ୍ଥ୍ୟବାନ ଜଣେ ଯୁବକ ହେଉଛନ୍ଚି ସଂଗ୍ରାମ ଚୌଗୁଲେ। ତାଙ୍କ ମଜଭୁତ ଶରୀର ଓ ଅନ୍ଦାଜ ଆଗରେ କେହି ବି ଫିକା ପଡିଯିବେ। ସଂଗ୍ରାମ ତାଙ୍କ ସୁଠାମ ଶରୀର ପାଇଁ ୬ ଥର ମିଷ୍ଟର ଇଣ୍ଡିଆ ଟାଇଟଲ ବିଜୟୀ ହୋଇଛନ୍ତି। ସଂଗ୍ରାମଙ୍କ ଭଳି ଆଉଜଣେ ବଡି ବିଲ୍ଡର ହେଉଛନ୍ତି ବିଦ୍ୟୁତ ଜାମବାଲ। ବିଦ୍ୟୁତ ବଲିଉଡରେ ଅଭିନୟ ମଧ୍ୟ କରନ୍ତି। ନିଜ ଫିଲ୍ମରେ ସେ ନିଜେ ଷ୍ଟଣ୍ଟ ମଧ୍ୟ କରିଥାନ୍ତି ।ତାଙ୍କ ସୁଠାମ ଓ ମଜଭୁତ ଶରୀର ଦେଖିଲେ ଯେ କେହି ବି ପ୍ରଭାବିତ ହେବେ ନିଶ୍ଚିତ।

ସେହିପରି ଅନ୍ୟ ଜଣେ ବଡି ବିଲ୍ଡର ହେଉଛନ୍ତି ଠାକୁର ଅନୂପସିଂହ। ଅନୂପ ମଧ୍ୟ  ଫିଲ୍ମରେ ଅଭିନୟ କରନ୍ତି। ତେଲଗୁ, ତାମିଲ ସମେତ ବଲିଉଡ୍ ଫିଲ୍ମରେ ମଧ୍ୟ ତାଙ୍କୁ ଦେଖାଯାଇପାରେ। ସିନେମା ସ୍କ୍ରିନରେ ନୁହେଁ ବାସ୍ତବରେ ତାଙ୍କ ଶରୀରର ଗଠନ ମଧ୍ୟ ସେମିତି। ୨୦୧୫ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗୀତାରେ ଅନୂପ ୩ଟି ରୌପ୍ୟ ଓ ୨ଟି କାଂସ୍ୟ ପଦକ ଜିତି ସାରା ବିଶ୍ବରେ ଭାରତର ନାମ ଉଚ୍ଚା କରିଥିଲେ। ଅନୂପଙ୍କ ଭଳି ଅନ୍ୟ ଜଣେ ବଡି ବିଲ୍ଡର ହେଉଛନ୍ତି ସୁହାସ ଖାମକର। ବଡି ବିଲ୍ଡର ଭାବେ ତାଙ୍କର ବେଶ ପ୍ରସିଦ୍ଧି ରହିଛି ।୨୦୧୫ ମସିହାରେ ସୁହାସ ମିଷ୍ଟର ଇଣ୍ଡିଆ ଟାଇଟଲ ବିଜୟୀ ହୋଇଥିଲେ।

ଅନୂପ, ସୁହାସ, ସଂଗ୍ରାମଙ୍କ ସହ ଅନ୍ୟଜଣେ ବଡି ବିଲ୍ଡର ସାହିଲ ଖାନଙ୍କ ନାମ ମଧ୍ୟ ନିଆଯାଇପାରେ। ସାହିଲ ମଧ୍ୟ ଫିଲ୍ମରେ ଅଭିନୟ କରନ୍ତି। ନିଜ ସହ ବଡି ବିଲ୍ଡିଂ ପାଇଁ ଅନ୍ୟମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ସାହିଲ ପ୍ରତିଷ୍ଠା କରିଥିବା ଜିମକୁ ଦେଶର ସର୍ବ ବୃହତ୍ତ ଜିମ କୁହାଯାଇପାରେ।

   Related Posts