ଚାକିରୀ ଲୋଭ ଦେଖାଇ ଠକେଇ, ୫ ଅଟକ : ବେକାର ଯୁବକଙ୍କୁ କରୁଥିଲେ ଟାର୍ଗେଟ୍

Published By : Prameya-News7 Bureau | October 04, 2021 IST

କଳାହାଣ୍ଡି, ୦୪/୧୦:   ବେକାର ଯୁବକଙ୍କୁ ଚାକିରୀ ଆଶା ଦେଖାଇ ଟଙ୍କା ଠକେଇ ଅଭିଯୋଗ।କଳାହାଣ୍ଡି ଜିଲ୍ଲା  ଭବାନୀପାଟଣା ଟାଉନ ଥାନା ପୋଲିସ ଠକେଇ ମାମଲାରେ ୫ ଜଣଙ୍କୁ ଅଟକ ରଖିଛି ।

ସୂଚନା ଅନୁସାରେ, ଭବାନୀପାଟଣା ଟାଉନ ଥାନା ତାରିଣୀ ମନ୍ଦିର ପଡା ଭଡ଼ା ଘରେ ଏକ ଠକ ସଂସ୍ଥା ଅଫିସ କରିଥିଲା । ଚାକିରୀର ପ୍ରଲୋଭନ ଦେଖାଇ ଜଣକ ପିଛା ୨୨ ହଜାର ଟଙ୍କା ଆଦାୟ କରିଥିଲା ଏହି ସଂସ୍ଥା । ବିଶେଷ କରି ଉପକୁଳବର୍ତୀ ଜିଲ୍ଲାର ବେକାର ଯୁବକଙ୍କୁ ଠକ ସଂସ୍ଥା ଟାର୍ଗେଟ କରୁଥିଲେ।କିନ୍ତୁ ଚାକିରୀ ନପାଇବା ପରେ ଆଶାୟୀମାନେ ଅଭିଯୋଗ କରିଥିଲେ ।

ପୋଲିସ ସଂସ୍ଥାରେ ଚଢଉ କରି ୫ ଜଣଙ୍କୁ ଅଟକ ରଖିଛି ।ଅଟକ ବ୍ୟକ୍ତିମାନେ କେନ୍ଦୁଝର, ଜଗତସିଂହପୁର, ପୁରୀ ଅଞ୍ଚଳର ବୋଲି ଜଣାପଡିଛି ।  ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.