scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କୁ ଶକ୍ତ ପ୍ରହାର, ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୫ ଆତଙ୍କୀ ନିହତ

25/12/2021 at 6:21 PM

ଶ୍ରୀନଗର ୨୫/୧୨ : ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ ଦେଇଛି ଭାରତୀୟ ସେନା । ଗତ ୩୬ ଘଣ୍ଟା ମଧ୍ୟରେ ୫ ଆତଙ୍କବାଦୀଙ୍କୁ ସଫା କରିସାରିଲେଣି ଯବାନ । ଶନିବାର ସନ୍ଧ୍ୟାରେ ଅବନ୍ତିପୋରାର ତ୍ରାଲ ଅଞ୍ଚଳରେ ଭାରତୀୟ ସେନା ଏନ୍‌କାଉଣ୍ଟର କରିଛି । ଯେଉଁଥିରେ ୨ ଜଣ ଆରଙ୍କବାଦୀ ନିହତ ହୋଇଛନ୍ତି । ଏହା ପୂର୍ବରୁ ଶନିବାର ସକାଳେ ମଧ୍ୟ ଶୋପିଆନ୍‌ ଅଞ୍ଚଳରେ ମଧ୍ୟ ଏନକାଉଣ୍ଟର କରି ଲସ୍କର-ଏ-ତୋଏବାର ୨ ଜଣ ଆତଙ୍କୀଙ୍କୁ ସଫା କରିଥିଲା ଭାରତୀୟ ସେନା । ସେହିଭଳି ଶୁକ୍ରବାର ଅନନ୍ତନାଗରେ ହୋଇଥିବା ଏନ୍‌କାଉଣ୍ଟରରେ ସୁରକ୍ଷାକର୍ମୀ ଜଣେ ଆତଙ୍କବାଦୀକୁ ସଫା କରିବାରେ ସକ୍ଷମ ହୋଇଥିଲେ । କେବଳ ସେତିକି ନୁହେଁ ୪ ଜଣ ଆତଙ୍କବାଦୀଙ୍କୁ ଗିରଫ ମଧ୍ୟ କରାଯାଇଛି ।

ଅବନ୍ତିପୋରାରେ ହୋଇଥିବା ଏନ୍‌କାଉଣ୍ଟରର କିଛି ଘଣ୍ଟା ପୂର୍ବରୁ ଶୋପିଆନ୍‌ ଜିଲ୍ଲାରେ ୨ ଜଣ ଆତଙ୍କବାଦୀଙ୍କୁ ନିହତ କରିଥିଲେ ସୁରକ୍ଷାକର୍ମୀ । ପୋଲିସର ଜଣେ ଅଧିକାରୀ କହିଛନ୍ତି, ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଗୁପ୍ତ ସୂଚନା ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଶୋପିଆନ୍‌ର ଚୌଗାମ୍‌ ଅଞ୍ଚଳରେ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଥିଲା ।

ଏହି ସମୟରେ ସେଠାରେ ଲୁଚିଥିବା ଆତଙ୍କବାଦୀମାନେ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ କରିଥିଲେ । ଜବାବରେ ସୁରକ୍ଷାକର୍ମୀ ମଧ୍ୟ ଗୁଳିଚାଳନା କରିଥିଲେ । ଉଭୟ ପକ୍ଷରୁ ପ୍ରବଳ ଗୁଳିମାଡ ହୋଇଥିବା ବେଳେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ତେବେ ନିହତ ହୋଇଥିବା ଆତଙ୍କୀ ପ୍ରକୃତରେ କେଉଁ ସଂଗଠନର ତାହା ସ୍ପଷ୍ଟ ହୋଇନାହିଁ । ଶୁକ୍ରବାର ଅନନ୍ତନାଗରେ ହୋଇଥିବା ଏନ୍‌କାଉଣ୍ଟରେ ହିଜ୍‌ବୁଲ ମୁଜାହିଦ୍ଦିନ ସଂଗଠନର ଜଣେ ଆତଙ୍କବାଦୀ ନିହତ ହୋଇଥିଲା ।

   Related Posts