ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ୫-T, ବିଭିନ୍ନ ମନ୍ଦିର ବିକାଶ ନେଇ କରିବେ ସମୀକ୍ଷା
10/06/2023 at 8:19 AM

କେନ୍ଦୁଝର ୧୦/୦୬: ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ କରିବେ ୫-ଟି ସଚିବ । ଏନେଇ ନେଇ ଚଳଚଞ୍ଚଳ ହୋଇ ପଡିଛି ପାଟଣା ଅଞ୍ଚଳ । ଶନିବାର ୯ଟା ରେ ତୋଣ୍ଡ ହେଲିପ୍ୟାଡ଼ରେ ଓହ୍ଲାଇବା ପରେ ଭୀମକୁଣ୍ଡକୁ ଯିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ଏକ ସାଧାରଣ ସଭାରେ ଯୋଗଦେବା ପରେ ୫-T ଟି ସଚିବ ଚମ୍ପୁଆକୁ ଯିବାର କାର୍ଯ୍ୟକ୍ରମ ରହିଛି ।
ସକାଳ ୯ଟାରେ ହେଲି ପ୍ୟାଡ଼ରେ ଅବତରଣ କରିବା ପରେ ଭୀମକୁଣ୍ଡ ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ ପରେ ଏହାର ବିକାଶ ନେଇ ଆଲୋଚନା କରିବା ସହ ପାଟଣା ମସଜିଦ୍, ପାଟଣା ଆନନ୍ଦେଶ୍ୱର ଶିବ ମନ୍ଦିର ସହ ରାଜନଗରରେ ଥିବା ସର୍ବ ପୁରାତନ ଜଗନ୍ନାଥ ମନ୍ଦିରର ବିକାଶ ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
ଏହାପରେ ୧୦.୧୫ରେ ଭୀମକୁଣ୍ଡରେ ସ୍ଥାନୀୟ ଲୋକଙ୍କୁ ନେଇ ଏକ ସଭାରେ ସେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ୫-T ସଚିବ ଙ୍କ ଗସ୍ତକୁ ନେଇ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି । ସଭା ସ୍ଥଳ ସହ ହେଲିପ୍ୟାଡ଼ ସ୍ଥଳକୁ ପାଟଣା ବିଧାୟକ ଜଗନ୍ନାଥ ନାଏକ, ଜିଲ୍ଲାପାଳ ଆଶିଷ ଠାକରେ,ଏସ ,ପି କୁଶଲ କର ନିତିନ ଦାଗୁଡୁ, ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀ, ପାଟଣା ବିଡ଼ିଓ ଶିବଶଙ୍କର ମୁର୍ମୁ, ଘଟଗାଁ ଏସଡିପିଓ ସୁଶୀଲ କୁମାର ମିଶ୍ର, ପଟଣା ଥାନାଧିକାରୀ ମନୋରଂଜନ ପ୍ରଧାନ ଓ ଘଟଗାଁ ଥାନା ଅଧିକାରୀ ପ୍ରତିଭା ସାହୁଙ୍କ ସହ ଅନ୍ୟ କର୍ମଚାରୀ ସଭାସ୍ଥଳ ତଦାରଖ କରୁଛନ୍ତି ।