ପୁରୀ ଗସ୍ତରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ୫ଟି ସଚିବ, ଆସୋସିଏସନ୍ ଅଫ୍ ଟୁଇଟର ଆକ୍ଟିଭିଟିସ୍ ପକ୍ଷରୁ ତୈଳଚ୍ଚିତ୍ର ପ୍ରଦାନ
10/09/2022 at 9:36 PM

ପୁରୀ, ୧୦/୦୯: ପୁରୀ ଗସ୍ତରେ ୫ଟି ସଚିବ ଭି.କେ. ପାଣ୍ଡିଆନ । ସନ୍ଧ୍ୟାରେ ପୁରୀ ଗସ୍ତକରି ଶ୍ରୀମନ୍ଦିରରେ ରତ୍ନସିଂହାସନ ସ୍ଥିତ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିବା ସହ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରିଛନ୍ତି ପାଣ୍ଡିଆନ୍ । ପୁରୀ ତଥା ରାଜ୍ୟର ବିକାଶ ପାଇଁ ସେ ନିରନ୍ତର ଭାବେ କାର୍ଯ୍ୟ କରୁଥିବାରୁ ତାଙ୍କର ଏହି ଗସ୍ତ ସମୟରେ ପୁରୀର ଆସୋସିଏନ ଅଫ ଟୁଇଟର ଆକ୍ତିଭିଟିଜ୍ ପକ୍ଷରୁ ତାଙ୍କୁ ତୈଳଚ୍ଚିତ୍ର ପ୍ରଦାନ କରାଯାଇଛି । ଆସୋସିଏସନ୍ ଅଫ୍ ଟୁଇଟର ଆକ୍ଟିଭିଟିସର ସଦସ୍ୟ ତଥା ଚନ୍ଦନପୁର ଅଙ୍କିଆ ଗାଁର ସନ୍ଦୀପ ମହାପାତ୍ରଙ୍କ ଭଉଣୀ ଦିବ୍ୟଜ୍ୟୋତି ମାର୍ଥା ଏକ ଚିତ୍ର ଫାଇଭ ଟି ସଚିବଙ୍କର ପ୍ରସ୍ତୁତ କରି ତାଙ୍କୁ ପ୍ରଦାନ କରିଥିଲେ। ଟୁଇଟର ମାଧ୍ୟମରେ ଫାଇଭ ଟି ସଚିବ ଭି.କେ. ପାଣ୍ଡିୟାନ ଅନେକ ସମସ୍ୟାର ସମାଧାନ କରୁଥିବାରୁ ଆଗାମୀ ଦିନରେ ମଧ୍ୟ ଏଭଳି ସହଯୋଗର ଆଶା ରଖିଛି ଆସୋସିଏସନ୍ ଅଫ୍ ଟୁଇଟର ଆକ୍ଟିଭିଟିସ।