ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ୫-T ସଚିବ, ଐତିହ୍ୟ ପରିକ୍ରମା ପ୍ରକଳ୍ପର କଲେ ଅନୁଧ୍ୟାନ
19/08/2022 at 10:01 AM

ପୁରୀ ୧୯/୦୮: ବିଳମ୍ୱିତ ରାତିରେ ପୁରୀ ଗସ୍ତ କଲେ ୫-T ସଚିବ ଭିକେ ପାଣ୍ଡିଆନ୍ । ଗତକାଲି ରାତିରେ ୫-T ସଚିବ ପୁରୀ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଐତିହ୍ୟ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଥିଲେ ।

ଯଥାଶୀଘ୍ର ଏହି କାର୍ଯ୍ୟ ସାରିବା ପାଇଁ ସେ ବିଭାଗୀୟ ଅଧିକାରୀମାନଙ୍କୁ କହିଥିଲେ । ନିର୍ମାଣ ଚାଲିଥିବା କାର୍ଯ୍ୟଗୁଡିକ ଉନ୍ନତମାନର କରାଯାଉଛି କି ନାହିଁ ତାହା ଉପରେ ମଧ୍ୟ ତଦାରଖ କରିଥିଲେ । ୫-T ସଚିବଙ୍କ ସହିତ ଜିଲ୍ଲାପାଳ ସମର୍ଥ ବର୍ମା, ଓବିସିସି ଅଧିକାରୀ ମାନେ ଉପସ୍ଥିତ ଥିଲେ ।
Related Posts
ବ୍ୟାଙ୍କ ଲୁଟ୍ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ, ରିମାଣ୍ଡରେ ନେଲା ପୋଲିସ
31 January 2023
ଆମ୍ବୁଲାନ୍ସକୁ ପିଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୪୫ ଯାତ୍ରୀ
31 January 2023