5-T ସଚିବ ଭି.କେ. ପାଣ୍ଡିଆନଙ୍କ ଭିତରକନିକା ଗସ୍ତ, ଘୋଷଣା ହୋଇପାରେ ବଡ ପ୍ୟାକେଜ

Published By : Prameya-News7 Bureau | February 10, 2020 IST

ପଟ୍ଟାମୁଣ୍ଡାଇ ୧୦।୨: ଆଜି ଭିତରକନିକା ଗସ୍ତ କରିଛନ୍ତି 5-T ସଚିବ ଭି.କେ. ପାଣ୍ଡିଆନ । ଆସନ୍ତା ୧୪ ତାରିଖରେ ଭିତରକନିକାରେ ପ୍ରଥମ ଥର ପାଇଁ ମହୋତ୍ସବ ପାଳନ ହେବାକୁ ଥିବାରୁ ଏହି ଗସ୍ତ ଗୁରୁତ୍ବପୂର୍ଣ୍ଣ ହେବ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଭିତରକନିକା ପାଇଁ ଏକ ବଡ ପ୍ୟାକେଜ ଘୋଷଣା କରିପାରନ୍ତି ବୋଲି ଆଲୋଚନା ହେଉଛି ।

{"id":222788,"sizeSlug":"large"}

କେନ୍ଦ୍ରାପଡା ଜିଲ୍ଲାର ବିଶ୍ବ ପ୍ରସିଦ୍ଧ ଜାତୀୟ ଉଦ୍ୟାନ ଭିତରକନିକା ଆସନ୍ତା ୧୪ ତାରିଖରୁ ଆରମ୍ଭ ହେଉଛି । ଏହି ଉତ୍ସବ ୩ ଦିନ ଧରି ଚାଲିବାକୁ ଥିବାବେଳେ ୧୬ରେ ସରିବ । ଯାହାକୁ ନେଇ ଉତ୍ସବମୁଖର ହୋଇପଡିଛି ଜାତୀୟ ଉଦ୍ୟାନ । ରାସ୍ତାଘାଟର ମରାମତି ହେବା ସହିତ ଟେଣ୍ଟ, ଲାଇଟ୍ ଓ ଭଳିକି ଭଳି ଡେକୋରେଟରେ ସଜେଇ ହେଉଛି ଭିତରକନିକା । ଏହି ଉତ୍ସବ ପ୍ରଥମ ଥର ହେବାକୁ ଯାଉଥିବାରୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ବହୁତ ଉତ୍ସବ ।

{"id":222789,"sizeSlug":"large"}

ତେବେ ନଳିତାପାଟିଆରେ ହେଉଥିବା ଏହି ଉତ୍ସବ ପଡିଆରେ ତୁହାକୁ ତୁହା ରାଜନେତା ଓ ସରକାରୀ କର୍ମଚାରୀଙ୍କ ଗସ୍ତ ପଡିଆକୁ ଶୋଭାମଣ୍ଡିତ କରୁଥିବା ବେଳେ ଆଜି 5-T ସଚିବଙ୍କ ଗସ୍ତ ଆହୁରି ଦ୍ବିଗୁଣିତ କରିଛି । ତେବେ ଆଜି ଦିନ ପ୍ରାୟ ୧୨ ସମୟରେ 5-T ସଚିବ ଭି.କେ. ପାଣ୍ଡିଆନ ଭିତରକନିକା ନିକଟସ୍ଥ ଖମାର ସାହି ନିକଟରେ ହେଲିପ୍ୟାଡରେ ଆସି ପହଚିଂବା ସହିତ ଭିତରକନିକାର ପ୍ରକୃତିକ ପରିବେଶକୁ ବୁଲି ଉପଭୋଗ କରିଥିଲେ । ଏହାସହିତ ବୋଟ୍ ସାହାଯ୍ୟରେ ନଦୀ, ନାଳ ଭିତରେ ଥିବା ବଉଳା କୁମ୍ଭୀର, ହେନ୍ତାଳ ବଣର ମଜା ନେଇଥିଲେ । ତେବେ ପାଣ୍ଡିଆନଙ୍କ ସହିତ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ମଧ୍ୟ ସାମିଲ ଥିଲେ ।

{"id":222790,"sizeSlug":"large"}

ପାଣ୍ଡିଆ ଙ୍କ ଏହି ଗସ୍ତ ଭିତରକନିକା ପାଇଁ ଏକ ସୌଭାଗ୍ୟ ଆଣିପାରେ ବୋଲି ଆଶା ରଖିଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ଏକ ବଡ ପ୍ୟାକେଜ ଘୋଷଣା କରିପାରନ୍ତି ବୋଲି ସୂଚନା ମିଳିଛି । ତେବେ ପାଣ୍ଡିଆନଙ୍କ ସମେତ ଅସିତ ତ୍ରିପାଠୀ ଓ ଅନ୍ୟ ପ୍ରମୁଖ ସରକାରୀ କର୍ମଚାରୀମାନେ ଭିତରକନିକାରେ ଥିବା ବ୍ୟାଟେରି ଅଟୋ ସାହାଯ୍ୟରେ ବୁଲିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.