oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ଲିଙ୍ଗରାଜ ମନ୍ଦିରରେ 5-T ସଚିବ, ଉନ୍ନତିମୂଳକ କାର୍ଯ୍ୟର କଲେ ତଦାରଖ

31/10/2020 at 8:10 AM

ଭୁବନେଶ୍ୱର ୩୧।୧୦: ଲିଙ୍ଗରାଜ ମନ୍ଦିର ପରିଦର୍ଶନ କଲେ 5-T ସଚିବ । ଲିଙ୍ଗରାଜ ମନ୍ଦିରର ଉନ୍ନତିମୂଳକ କାର୍ଯ୍ୟର ତଦାରଖ କଲେ ୫-ଟି ସଚିବ । ଆଜି ସକାଳ ସମୟରେ ମନ୍ଦିର ପରିଦର୍ଶନ କରି ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରିଛନ୍ତି ।

ଖବର ଅନୁଯାୟୀ, ଆଜି ସକାଳ ସମୟରେ 5-T ସଚିବ ଭି.କେ ପାଣ୍ଡିଆନ୍‌ ଲିଙ୍ଗରାଜ ମନ୍ଦିରର ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରିଛନ୍ତି । ତେବେ 5-T ସଚିବଙ୍କ ସହ ପୂର୍ତ୍ତ ବିଭାଗ ସଚିବ କ୍ରିଶନ କୁମାର ଏବଂ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ମଧ୍ୟ ଉପସ୍ଥିତ ରହିଥିଲେ । ଲିଙ୍ଗରାଜ ମନ୍ଦିର ଚାରିପାଖ ରାସ୍ତା ସଂପ୍ରସାରଣ ଲାଗି ୮୦ପ୍ରତିଶତ ଜମି ଅଧିଗ୍ରହଣ ସରିଛି । ନଭେମ୍ବର ଶେଷ ସୁଦ୍ଧା ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହେବ । ମହାଶିବରାତ୍ରି ସୁଦ୍ଧା ରାସ୍ତା ସଂପ୍ରସାରଣ କାର୍ଯ୍ୟ ଶେଷ ହେବ ବୋଲି ସୂଚନା ଦିଆଯାଇଛି । ରାଜ୍ୟ ସରକାର ଓ  ବିଏମ୍‌ସି ତତ୍ୱାବଧାନରେ ଲିଙ୍ଗରାଜ ମନ୍ଦିର ଓ ଚତୁପାର୍ଶ୍ୱରେ ଉନ୍ନତିମୂଳକ କାମ ଜାରି ରହିଛି ।

   Related Posts