ସୁପ୍ରିମକୋର୍ଟଙ୍କ ରାୟ ପରେ ମହାପ୍ରଭୁଙ୍କ ଦର୍ଶନ କଲେ 5-T ସଚିବ ଓ ବିଜେଡି ସାଙ୍ଗଠନିକ ସମ୍ପାଦକ

Published By : Prameya-News7 Bureau | June 03, 2022 IST

ପୁରୀ ୦୩/୦୬: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସୁପ୍ରିମକୋର୍ଟର ରାୟ ପରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍ ଓ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଆଜି ସିଂହଦ୍ଵାର ଠାରେ ପହଞ୍ଚିବା ପରେ ତାଙ୍କୁ ଜିଲ୍ଲାପାଳ, ଏସପି ଓ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଓ ସେବାୟତ ପ୍ରତିନିଧି ମାନେ ସ୍ବାଗତ କରିଥିଲେ ।

ମହାପ୍ରଭୁଙ୍କ ଖଣ୍ଡୁଆ ଦେଇ ଉଭୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଭି. କେ ପାଣ୍ଡିଆନ୍ ଓ ପ୍ରଣବ ପ୍ରକାଶ ଦାସ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶିଷ ଭିକ୍ଷା କରିଥିଲେ ।‌ ସୁପ୍ରିମକୋର୍ଟଙ୍କ ରାୟ ସରକାରଙ୍କ ସପକ୍ଷରେ ଯାଇଥିବାରୁ ସମସ୍ତେ ଖୁସି ବ୍ୟକ୍ତ କରିଥିଲେ । ମହାପ୍ରଭୁ ତାଙ୍କ କାର୍ଯ୍ୟ କରୁଛନ୍ତି । ଆମେ କିଛି ନୁହଁ ।

wp:html /wp:html

ମହାପ୍ରଭୁଙ୍କ ମାର୍ଗ ଦର୍ଶକରେ ହିଁ ସମସ୍ତ କାର୍ଯ୍ୟ ହେଉଛି । ଭକ୍ତର ହେଉଛନ୍ତି ଭଗବାନ । ଭକ୍ତଙ୍କ ପାଇଁ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କରାଯାଉଛି ଓ ଖୁବଶୀଘ୍ର ଏହା ସମ୍ପୂର୍ଣ୍ଣ ହେବବୋଲି ମହାପ୍ରଭୁଙ୍କ ଦର୍ଶନ ପରେ କହିଛନ୍ତି ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.