ମହାପ୍ରଭୁଙ୍କ ଦର୍ଶନ କଲେ 5-T ଅଧ୍ୟକ୍ଷ, ପରିକ୍ରମା ପ୍ରକଳ୍ପ ସହ ସୌନ୍ଦର୍ଯ୍ୟକରଣର ସମୀକ୍ଷା

Published By : Prameya-News7 Bureau | November 29, 2023 IST

ପୁରୀ ୨୯/୧୧: ପୁରୀରେ 5-T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । ଆଜି ସକାଳୁ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କଲେ । ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କଲେ । ଏଥିସହ ମଠ ଗୁଡ଼ିକର ଚାଲିଥିବା ସୌନ୍ଦର୍ଯ୍ୟ କରଣ ଓ ପୁନରୁଦ୍ଧାର କାର୍ଯ୍ୟର ମଧ୍ୟ ସମୀକ୍ଷା କଲେ 5-T ଅଧ୍ୟକ୍ଷ ।

wp:html /wp:html wp:embed {"url":"https://www.prameyanews7.com/v-k-pandiyan-join-bjd-party-today/","type":"wp-embed","providerNameSlug":"prameya-news-7"}
https://www.prameyanews7.com/v-k-pandiyan-join-bjd-party-today/
/wp:embed

ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ 5ଟି ଅଧ୍ୟକ୍ଷ ସମୀକ୍ଷା କରିଥିଲେ। ଏଥିସହ ଶ୍ରୀମନ୍ଦିର ଚତୁପାର୍ଶ୍ବରେ ଚାଲିଥିବା ବିଭିନ୍ନ ମଠ ଓ ମନ୍ଦିରର ପୁନଃରୁଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ସମୀକ୍ଷା କରିବା ପରେ ମଠ ମହନ୍ତଙ୍କ ସହ ଆଲୋଚନା କରିଥିଲେ । ତେବେ ଆସନ୍ତା ଜାନୁୟାରୀ ୧୭ ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବାକୁ ଥିବାବେଳେ ଡିସେମ୍ବର ୧୫ ସୁଦ୍ଧା ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି 5ଟି ଅଧ୍ୟକ୍ଷ ।

ପୁରୀ ସହରର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ଯେଉଁଭଳି ପଦକ୍ଷେପ ନେଇଛନ୍ତି ତା'କୁ ସବୁସ୍ତରରେ ସ୍ବାଗତ କରାଯାଇଛି। ଅନ୍ୟପଟେ ଓବିସିସି ଅଧିକାରୀଙ୍କ କହିବାନୁଯାୟୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ପ୍ରାୟତଃ ୯୦ ଭାଗ ଶେଷ ହୋଇଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ଏହି କାର୍ଯ୍ୟ ଶେଷ ହୋଇଯିବ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଉଦ୍ଧେଶ୍ୟରେ ଏହାକୁ ଉତ୍ସର୍ଗ କରାଯିବ ବୋଲି ଓବିସିସିର ଜେନେରାଲ ।

ସୂଚନା ଥାଉକି, ସରକାରଙ୍କ ନିର୍ଦ୍ଦେଶରେ ପୁରୀରେ ଜାରି ରହିଛି ସୌନ୍ଦର୍ଯ୍ୟକରଣ କାର୍ଯ୍ୟ । ପରିକ୍ରମା ପ୍ରକଳ୍ପ ସହ ମଠ ଗୁଡିକର ସୌନ୍ଦର୍ଯ୍ୟକରଣ ଓ ପୁନରୁଦ୍ଧାର କାମ ଚାଲିଛି । ସେଥିପାଇଁ ବାରମ୍ୱାର ଗସ୍ତ କରୁଛନ୍ତି 5-T ଅଧ୍ୟକ୍ଷ । ଗତ କାର୍ତ୍ତିକ ପୂର୍ଣ୍ଣିମୀରେ ଦିନ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଯାଇଥିଲେ 5-T ଅଧ୍ୟକ୍ଷ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.