5-T ଆକ୍ସନ : ରକ୍ତ ଭଣ୍ଡାରରେ ରୋଗୀଙ୍କୁ ଶୋଷଣ ଅଭିଯୋଗରେ ୭ ଗିରଫ

Published By : Prameya-News7 Bureau | February 13, 2020 IST

କଳାହାଣ୍ଡି ୧୩।୨: 5-Tର ପ୍ରଭାବ । ରକ୍ତ ଭଣ୍ଡାରରେ ରୋଗୀ ଶୋଷଣ ଅଭିଯୋଗରେ ୭ ଗିରଫ । କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟର ରକ୍ତ ଭଣ୍ଡାରର ଦୁଇ ଜଣ ଟେକନିସିଆନଙ୍କ ସମେତ ୪ ଦଲାଲ ଓ ଜଣେ ପେସାଦାର ରକ୍ତଦାତା ମୋଟ୍ ୭ଜଣଙ୍କୁ ଗିରଫ କରିଛି ଧର୍ମଗଡ ପୋଲିସ ।

{"id":223849,"sizeSlug":"large"}

ସୂଚନାଯୋଗ୍ୟ ଯେ, ଧର୍ମଗଡ ଉପଖଣ୍ଡ ସରକାରୀ ହସ୍ପିଟାଲ ରକ୍ତ ଭଣ୍ଡାରରେ କାର୍ଯ୍ୟରତ ଦୁଇ ଟେକନିସିଆନ ଏବଂ ଦଲାଲ ଓ ପେସାଦାର ରକ୍ତଦାତାଙ୍କ ସୁନିୟୋଜିତ ଷଡଯନ୍ତ୍ରରେ ରୋଗୀଙ୍କୁ ଶୋଷଣ କରାଯାଉଥିଲା । ରକ୍ତ ପ୍ୟାକେଟ୍ ପିଛା ୧୫ ଶହ ଟଙ୍କା ଆଦାୟ କରାଯାଉଥିଲା । ଜଣେ ବୃଦ୍ଧାଙ୍କ ଅଭିଯୋଗ ଆଧାରରେ ଧର୍ମଗଡ ପୋଲିସ ଜାଲ ବିଛାଇଥିଲା । ଫଳରେ ଦୁଇ ଟେକନିସିଆନ, ଦୁଇ ରକ୍ତଦାତା, ତିନି ଜଣ ଦଲାଲ ଧରାପଡିଛନ୍ତି । କଳାହାଣ୍ଡି ଏସପି ବାତୁଲା ଗଗଂ।ଧର ଧର୍ମଗଡରେ ଏକ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି । ବିଶେଷ କରି ହସ୍ପିଟାଲ, ଆରଟିଓ ଅଫିସ ଓ ସରକାରୀ ଯୋଜନାରେ ମଧସ୍ଥି ସାଜି ଶୋଷଣ କରୁଥିବା ସରକାରୀ କର୍ମଚାରୀ ଓ ଦଲାଲଙ୍କୁ ଚେତାବନୀ ଦେଇଛନ୍ତି ।

{"id":223850,"sizeSlug":"large"}

ମୋ ସରକାର କାର୍ଯ୍ୟକ୍ରମ ସରକାରୀ ଯୋଜନାକୁ ବାଟବଣା କରୁଥିବା ସରକାରୀ କର୍ମଚାରୀ ଓ ଦଲାଲଙ୍କ ପାଇଁ ଚେତାବନୀ ସାଜିଛି । ପ୍ରଶାସନର ଏଭଳି ଦୃଢ କାର୍ଯ୍ୟାନୁଷ୍ଠାନର ସୁଫଳ ଜନସାଧାରଣଙ୍କ ନିକଟରେ ନିଶ୍ଚୟ ପହଞ୍ଚିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.