Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରେଳ ଧାରଣାରୁ ମିଳିଲା ମନ୍ତ୍ରୀଙ୍କ ଭଣଜାଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଦେଶରେ ଉପରତଳ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୧୫୮୧୫ କରୋନା ପଜିଟିଭ୍
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୩ କୋଭିଡ୍ ପଜିଟିଭ୍
  • ||
  • କନ୍ନଡ ଗାୟକ ଶିବମୋଗା ସୁବାନାଙ୍କ ଦେହାନ୍ତ, ୮୩ ବର୍ଷ ବୟସରେ ହୃଦଘାତରେ ପରଲୋକ
  • ||
  • ଲଘୁଚାପ ସକ୍ରିୟ : ଦୁଇ ଦିନ ଯାଏଁ ପ୍ରବଳ ବର୍ଷା, ଫୁଲୁଛି ବିଭିନ୍ନ ନଦୀ
  • ||

ପରିବାରର ୫ଜଣଙ୍କ ଆତ୍ମହତ୍ୟା ଘଟଣା: ଏତେ ବଡ଼ ଦୁନିଆରେ ଲିଲି ଏବେ ଏକା, ଝୁରୁଛି ପରିବାର ଲୋକଙ୍କୁ

26/06/2020 at 10:21 AM

ଝାରସୁଗୁଡା୨୬/୬: ଗୋଟିଏ ପରିବାରର ୫ ଜଣଙ୍କ ଆତ୍ମହତ୍ୟା ପରେ ଘର ସାନ ଝିଅ ଲିଲି ହସ୍ପିଟାଲରେ ଜୀବନ ସହ ୨୩ ସଂଘର୍ଷ କରି ସୁସ୍ଥ ହୋଇ ଫେରିଛନ୍ତି। ସେ ଏବେ କ୍ବାରେଣ୍ଟାଇନ୍‌ରେ ଅଛନ୍ତି। ପରିବାରର ସମସ୍ତେ ଚାଲିଯିବା ପରେ  ଏବେ ତାଙ୍କର ମାନସିକ ଅବସ୍ଥା ଠିକ୍‌ ନାହିଁ। ସେ ଦୁନିଆଁରେ ଏକା ହୋଇଛନ୍ତି । ସମ୍ପୂର୍ଣ୍ଣ ଭାବେ ଦୁଃଖରେ ସେ ଭାଙ୍ଗି ପଡିଛନ୍ତି। ସେ ଏବେ ଖାଲି ନିଜ ପରିବାର ଲୋକଙ୍କୁ ଖୋଜୁଛନ୍ତି। ପୂର୍ବ କଥା ତାଙ୍କ କିଛି ମନେ ପଡୁ ନାହିଁ। ସେତେବେଳେ ମନେ ପଡୁଛି, ସେ ଖାଲି ତାଙ୍କ ମାଆ ଆଉ ଦିବଙ୍ଗତ ବାପାଙ୍କୁ ଖୋଜୁଛନ୍ତି। ଗତ ୫ ବର୍ଷ ତଳେ ତାଙ୍କ ବାପା ଆରପାରିକୁ ଚାଲି ଯାଇଛନ୍ତି। ଗତ ୧ ତାରିଖରେ ବିଷ ଖାଇ ତାଙ୍କ ମାଆ ଆତ୍ମହତ୍ୟା କରିଥିଲେ।

ମାଆଙ୍କ ସହ ନିଜର ଅତି ପ୍ରିୟ ସାନଭାଇ ଓ ବଡ ଭାଇ ସହ ଅନ୍ୟ ଦୁଇ ଭଉଣୀ ମଧ୍ୟ ଅସମୟରେ ଆରପାରିକୁ ଚାଲି ଗଲେ | କିନ୍ତୁ ବିଷ ଖାଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଲିଲି ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି।ପ୍ରଥମେ ବଡ ଭଉଣୀ ଲିଲି ବିଶ୍ବାଳ ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ବୁର୍ଲାରେ ଜନକ ପରେ ଜଣେ ସମସ୍ତଙ୍କ ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ଲିଲିଙ୍କ ସହ ଜଣେ ମହିଳା ସ୍ଵେଚ୍ଛାସେବୀ ରହି ଦେଖାଶୁଣା କରୁଛନ୍ତି। କରୁଥିବା ବେଳେ ଉଭୟ ଏକ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିଛନ୍ତି।

ଝାରସୁଗୁଡା ସହର ନିକଟସ୍ଥ ଲହଣ୍ଡାବୁଡ଼ ରାସ୍ତା ନିକଟରେ ଥିବା ଏକ ଭଡାଘରେ ଏଭଳି ଅଭାବନୀୟ ଘଟିଥିଲା। ସାନପୁଅ ଦୀପକ ବିଶ୍ବାଳ ଦୁର୍ଘଟଣାର ଶିକାର ହୋଇ ଦୁଇ ବର୍ଷ କୋମାରେ ରହିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା।  ସାନ ପୁଅର ମୃତ୍ୟୁକୁ ସହି ପାରି ନଥିଲେ ପରିବାର ଲୋକେ। ଶେଷରେ ବିଷ ପିଇ ପରିବାର ସମସ୍ତ ସଦସ୍ୟ  ଆତ୍ମହତ୍ୟା କରିଥିଲେ।

୨୦୧୮ ମସିହାରେ ଏକ ସଡକ ଦୁର୍ଘଟଣାରେ ଘରର ସାନପୁଅ ଦୀପକ କୋମାରେ ରହିଲେ | ଦୀପକଙ୍କୁ ସୁସ୍ଥ କରିବାକୁ ପରିବାରର ସମସ୍ତ ସଦସ୍ୟ ଲାଗି ପଡିଲେ। ଦୀପକ କୋମାରେ ଥିବା ସମୟରେ ତାଙ୍କୁ ଦେଖାଶୁଣା କରିବାକୁ ମାଆଙ୍କ ସମେତ ୩ ଭଉଣୀ ଲିଲି ,ବନ୍ଦିତା ଓ ପିଙ୍କି ସମେତ ବଡ ଭାଇ ଶ୍ରୀକାନ୍ତ ସମସ୍ତେ ଅପ୍ରାଣ ଉଦ୍ୟମ କରିଥିଲେ। ହେଲେ ଶେଷରେ ସାନ ପୁଅ ଦୀପକ ଆଖି ବୁଜି ଦେଇଥିଲେ। ଏହି ଦୁଃଖରେ ପୂରା ପରିବାର ଫିନାଇଲି ପିଇ ଦେଇଥିଲେ। ଏହା ପରେ ଜଣକ ପରେ ଜଣେ ଆରପାରିକୁ ଚାଲିଗଲେ। ବଞ୍ଚିଗଲେ ସାନ ଝିଅ ଲିଲି।

   Related Posts