କାଲି ୫ ରାଜ୍ୟର ବିଧାନସଭାର ଫଳାଫଳ : ଓଡିଶା ରାଜନୀତିକୁ ବି ପ୍ରଭାବିତ କରିବ ରେଜଲ୍ଟ

Published By : Prameya-News7 Bureau | December 10, 2018 IST

କାଲି ୫ ରାଜ୍ୟର ବିଧାନସଭାର ଫଳାଫଳ ବାହାରିବ।ଏହି ଫଳାଫଳ କହିବ କେଉଁ ଆଡେ ବହିବ ଦେଶର ରାଜନୀତିର ହାୱା ବହୁଛି । ମୁଖ୍ୟତଃ ରାଜସ୍ଥାନ, ମଧ୍ୟପ୍ରଦେଶଓ ଛତିଶଗଡ ଫଳ ଉପରେ ଦେଶର ପରବର୍ତ୍ତୀ ରାଜନୈତିକ ଚିତ୍ର ଏକପ୍ରକାର ଆକଳନ କରାଯାଇପାରିବ । ସେଇଥିପାଇଁତ କଂଗ୍ରେସ ଓ ବିଜେପି ପୁରା ଦମ୍ ରେ ଲାଗିଥିଲେ ଏହି ନିର୍ବାଚନରେ ।

କାଲି ବାହାରିବ ୨୦୧୯ ନିର୍ବାଚନର ସେମିଫାଇନାଲଫଳ । ଫଳାଫଳ କହିବ ହାୱା କୁଆଡ଼େ ବହୁଛି। ଆସନ୍ତା ସାଧାରଣ ନିର୍ବାଚନରେ କାହାର ପଲ୍ଲା ଭାରି ରହିବତାର ଝଲକ ମିଳିଯିବ ୫ ରାଜ୍ୟର ଫଳାଫଳରୁ । ଏଥିପାଇଁ ସବୁଦଳ ରାଜନୈତିକ ଗୋଟି ଚାଳନାରେ ମାତିଗଲେଣି। ଦିନକ ପୂର୍ବରୁ ତ ଦିଲ୍ଲୀରେ ତାର ଝଲକ ଦେଖେଇ ସାରିଲେଣି ମୋଦି ବିରୋଧି ଦଳମାନେ । ଯଦି ବିଜେପିଶାସିତ ୩ ପ୍ରମୁଖ ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡର ଫଳାଫଳ ଶାସକ ଦଳ ବିରୋଧରେ ଯାଏ ତାହାଲେମୋଦି ବିରୋଧି ହାୱା ଜୋରଦାର କରିବାକୁ ଜୀ-ଜାନ ଲଗେଇଦେବ କଂଗ୍ରେସ ସମର୍ଥିତ ମହାମେଣ୍ଟ । ଆଉ ଯଦିମୋଦି- ସାହାଙ୍କ ଯୋଡି ଯାଦୁ ଏହି ୩ ରାଜ୍ୟରୁ ଅତିକମରେ ୨ ରାଜ୍ୟ ଶାସନ ନିଜ ହାତରେ ରଖିଦିଏ ତାହାଲେବିରୋଧି ମହାମେଣ୍ଟ ଉପରେ ହାବି ହୋଇଯିବ ବିଜେପି । କିନ୍ତୁ ଏକଜିଟ୍ ପୁଲ୍ ଫଳାଫଳ ଯାହା ଦେଉଛି ତାହାବିଜେପିର ମୁଣ୍ଡବିନ୍ଧା ବଢାଇ ଦେଇପାରେ । ଯାହାକୁ ଦେଖି ବିରୋଧି କ୍ୟାମ୍ପ ଖୁସି । ବିଜେପି କହୁଛିଏକଜିଟ୍ ପୁଲ୍ ଫଳାଫଳ ଏକଜାଟ୍ ପୁଲ ହେବନି ।

ଏହି ୫ ରାଜ୍ୟର ଫଳାଫଳ ବି ଓଡିଶା ରାଜନୀତିକୁପ୍ରଭାବିତ କରିବ ବୋଲି ଆକଳନ କରାଯାଉଛି । କାରଣ ବିଜେପି ଶାସିତ ମଧ୍ୟପ୍ରଦେଶ ଓ ଛତିଶଗଡରେ ୪ର୍ଥଥର କ୍ଷମତା ହାସଲ ପାଇଁ ଲଢେଇ କରୁଛି ବିଜେପି । ଓଡିଶାରେ ବିଜେଡି ୫ମ ଥର କ୍ଷମତାକୁ ଆସିବାକୁ ସଜବାଜହେଉଛି । ଯଦି ସେସବୁ ରାଜ୍ୟରେ ସରକାର ବିରୋଧି ହାୱା ବହେ ତାହାଲେ ଓଡଶା ରାଜନୀତିକୁ ବି ସେହି ଦୃଷ୍ଟିକୋଣରୁବିଚାର କରାଯାଇପାରେ । କାରଣ ଏହି ଦୁଇ ପଡୋଶୀ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ପପୁଲାରିଟି ତ ବହୁତ ଅଛିକିନ୍ତୁ ବିଧାୟକ ଓ ମନ୍ତ୍ରୀଙ୍କ ବିରୋଧରେ ଜନମତ ସୃଷ୍ଟି ହୋଇଛି  ଯାହା ଓଡିଶା କ୍ଷେତ୍ରରେ ବି ଦେଖିବାକୁ ମିଳିଛି । ରାଜସ୍ଥାନରେପ୍ରତି ୫ ବର୍ଷରେ ସରକାର ପରିବର୍ତ୍ତନ ହୁଏ । ତେଣୁ ସେଠି ମୋଦି ଓ ସାହାଙ୍କ କମାଲରେ କମଲ ୨ୟ ଥରକ୍ଷମତାକୁ ଆସିବ କି ନାହିଁ ତାହା ଡାଉଟରେ ଅଛି । ଜାତୀୟ ରାଜନୀତିର ଦୃଶ୍ୟପଟକୁ ଦେଖି ଠିକଣା ସମୟରେବିଜେଡି କେଉଁଆଡକୁ ଆଉଜିବ ତାଉପରେ ଦଳ ନଜର ରଖିଛି ।   

ଏକଥା ସ୍ପଷ୍ଟ, ୫ ରାଜ୍ୟରୁ ୩ ବିଜେପି ଶାସିତ ରାଜ୍ୟର ଫଳାଫଳ ଜାତୀୟ ରାଜନୀତିକୁ ବହୁଭାବେ ପ୍ରଭାବିତ କରିବାକୁ ଯାଉଛି । ତେଣୁ କାଲି ଫଳାଫଳ ଉପରେ ସବୁ ଦଳର ତୀକ୍ଷ୍ଣ ନଜର ରହିଛି । ସମସ୍ତେ ଆଶାବାଦୀ ଫଳ ତାଙ୍କ ସପକ୍ଷେ ଯିବ । କିନ୍ତୁ ଭୋଟର ଭଗବାନ କାହା ମୁଣ୍ଡରେ ସୁନାକଳସ ଢାଳିଛନ୍ତି ତାକୁ ଦେଖିବାକୁ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.