ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

୫ରାଜ୍ୟର ବିଧାନସଭା ନିର୍ବାଚନ: ଜିତିଲେ ୪ ମୁଖ୍ୟମନ୍ତ୍ରୀ, ହାରିଲେ ଜଣେ

11/12/2018 at 6:27 PM

ଭୁବନେଶ୍ବର ୧୧|୧୨: ଆସିଛି ୫ ଟି ରାଜ୍ୟର ଫଳାଫଳ । ରାଜସ୍ଥାନ,ଛତିଶଗଡ ଓ ମଧ୍ୟପ୍ରଦେଶରେ ମ୍ୟାଜିକ୍‌ ନମ୍ବର ଛୁଇଁଛି କଂଗ୍ରେସ । ପଦ୍ମ ମଉଳିଥିବା ବେଳେ କଂଗ୍ରେସରଆସିଛି ଅଛେଦିନ୍‌ । ତେବେ ତେଲେଙ୍ଗାନା ଓ ମିଜୋରାମରେ କଂଗ୍ରେସ ଭଲ ପ୍ରଦର୍ଶନ କରିପାରିନାହିଁ ।ତେବେ ଏଠାରେ ବିଜେପି ମଧ୍ୟ କିଛି ଖାସ କରିପାରିନାହିଁ । ତେବେ ଏହି ୫ ରାଜ୍ୟରେ କେଉଁ ପ୍ରମୁଖ ପ୍ରାର୍ଥୀନିର୍ବାଚନ ଜିତି ଛନ୍ତି ଆଉ କେଉଁ ପ୍ରାର୍ଥୀ ହାରିଛନ୍ତି ଆସନ୍ତୁ ନଜର ପକାଇବା ।

ଛତିଶଗଡରେ କଂଗ୍ରେସ କ୍ଷମତାକୁ ଫେରିବା ସ୍ପଷ୍ଟ ହୋଇଛି । ରମଣ ସିଂଙ୍କ ସରକାର ବିଦାୟ ନେବ। ହେଲେ ବିଦାୟ ନେଇନାହାନ୍ତି ରମଣ । ମୁଖ୍ୟମନ୍ତ୍ରୀ ରମଣ ସିଂ ରାଜନନ୍ଦଗାଁରୁ ନିଜ ଗଡ ବଞ୍ଚାଇବାରେସକ୍ଷମ ହୋଇଛନ୍ତି । ସେଠାରୁ କଂଗ୍ରେସ ପ୍ରତିପକ୍ଷଙ୍କୁ ହରାଇ ନିର୍ବାଚନ ଜିତିଛନ୍ତି ରମଣ । ସେହିଭଳିଜନତା କଂଗ୍ରେସ ଛତିଶଗଡର ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ୍‌ ଯୋଗୀ ମାରୱାହି ଆସନରୁ ବିପୁଳଭୋଟ୍‌ରେ ଲିଡ୍‌ କରିଛନ୍ତି । କଂଗ୍ରେସର ଟାଣୁଆ ନେତା ଟି.ଏସ୍‌ ବାବୁ ଅମ୍ବିକାପୁର ଆସନରେ ଆଗୁଆଅଛନ୍ତି । କଂଗ୍ରେସର ଚରଣ ଦାସ ମହନ୍ତ ଶକ୍ତି ଆସନରୁ ଆଗୁଆ ଥିବା ବେଳେ ଜେସିସିର ରେଣୁ ଯୋଗୀ ଆଗୁଆଅଛନ୍ତି । 

ସେପଟେ ରାଜସ୍ଥାନରେ କଂଗ୍ରେସ ମ୍ୟାଜିକ୍‌ ସଂଖ୍ୟା ପାର କରିସାରିଛି ।ଯୁବ ନେତା ସଚିନ୍ ପାଇଲଟ୍‌ଟୋଙ୍କ୍‌ ଆସନରୁ ପ୍ରଥମଥର ଲଢି ବିଜୟୀ ହୋଇଛନ୍ତି । ସେ ବିଜେପିର ଟାଣୁଆ ନେତା ତଥା ମନ୍ତ୍ରୀ ୟୁନୁସ୍‌ଖାନ୍‌କୁ ହରାଇଛନ୍ତି । ସେହିଭଳି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲଟସରଦାରପୁର ଆସନରୁ ବିଜେପି ପ୍ରାର୍ଥୀ ଶମ୍ଭୁ ସିଂଙ୍କୁ ପରାସ୍ତ କରିଛନ୍ତି । ତେବେ ଦଳ ହାରିଥିଲେବି ମୁଖ୍ୟମନ୍ତ୍ରୀ ବସୁନ୍ଧର ରାଜେ ସିନ୍ଧିଆ ଝଲରପଟନ ଆସନରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜଶୱନ୍ତସିଂଙ୍କ ପୁଅ ତଥା କଂଗ୍ରେସ ନେତା ମାନଭଦ୍ର ସିଂଙ୍କୁ ପରାସ୍ତ କରି ନିଜ ଗଡ ବଞ୍ଚାଇ ପାରିଛନ୍ତି । 

ମଧ୍ୟପ୍ରଦେଶରେ ବି କଂଗ୍ରେସ ମ୍ୟାଜିକ୍‌ ନମ୍ବର ଛୁଇଁଛି । ବିଜେପିର ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହାନ କଂଗ୍ରେସ ପ୍ରତିପକ୍ଷଙ୍କୁ ପରାସ୍ତ କରି ବୁଦ୍ଧନି ଆସନରୁ ବିଜୟୀ ହୋଇଛନ୍ତି । ବିଜେପିପ୍ରାର୍ଥୀ ୟଶୁଧରା ରାଜେ ସିନ୍ଧିଆ ଶିବପୁରୀ ଆସନରେ କଂଗ୍ରେସ ପ୍ରାର୍ଥୀଙ୍କୁ ଠାରୁ ଆଗରେ ଅଛନ୍ତି। ସେହିଭଳି କଂଗ୍ରେସ ଟାଣୁଆ ନେତା ଆରିଫ ଅକିଲ୍‌ ଭୋପାଲ୍ ନର୍ଥରୁ ବିଜେପି ପ୍ରାର୍ଥୀଙ୍କ ଠାରୁ ଆଗରେଅଛନ୍ତି । ଦିଗବିଜୟ ସିଂଙ୍କ ପୁଅ ତଥା କଂଗ୍ରେସ ଯୁବ ନେତା ଜୟବର୍ଦ୍ଧନ ସିଂଙ୍କ ରଘୁଗଡ ଆସନରେ ବିଜୟହୋଇଛନ୍ତି । 

ସେପଟେ ତେଲେଙ୍ଗାନାରେ ଟିଆରଏସ୍‌ ନେତା ତଥା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖରରାଓ ଗଜୱେଲ୍‌ଆସନରୁ ବିଜୟୀ ହୋଇଥିବା ବେଳେ କେ. ତାରକା ରାମାରାଓ ଆଗୁଆ ଅଛନ୍ତି । କଂଗ୍ରେସ ନେତା ଉତ୍ତମ କୁମାରହୁଜୁରନଗର ଆସନରୁ ଆଗରେ ଅଛନ୍ତି । ଏଆଇଏମ୍ଆଇଏମ୍‌ ନେତା ଅକବୁରଦ୍ଦିନ ଓଏସିସ୍‌ ଚନ୍ଦ୍ରୟନ୍‌ଗୁଟାଆସନରୁ ଜିତିଛନ୍ତି । 

ଏହି ୪ ରାଜ୍ୟର ମୁଖ୍ୟମନ୍ତ୍ରୀ ନିଜ ଆସନରୁ ବିଜୟୀ ହୋଇଥିଲେ ବି ମିଜୋରାମର ମୁଖ୍ୟମନ୍ତ୍ରୀଦୁଇଟି ଆସନରେ ଛିଡା ହୋଇ ସେଠାରୁ ହାରି ଯାଇଛନ୍ତି ।୫ ଥରର କଂଗ୍ରେସ ମୁଖ୍ୟମନ୍ତ୍ରୀ ଲାଲ୍‌ ଥନ୍‌ୱାଲଚମ୍ପାଇ ସାଉଥରୁ ହାରିଥିବା ବେଳେ ସେରଚିପ୍‌ ରୁ ବି ହାରି ଯାଇଛନ୍ତି । ଏମ୍‌ଏନ୍‌ଏଫ୍‌ ଓ ଜେଡ୍‌ପିଏମ୍‌ପ୍ରାର୍ଥୀଙ୍କ ଠାରୁ ହାରି ଯାଇଛନ୍ତି । 

   Related Posts