ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ବିଧାନସଭା ନିର୍ବାଚନ ୨୦୨୨: ଜାନୁଆରୀରେ ହୋଇପାରେ ୫ ରାଜ୍ୟର ନିର୍ବାଚନ ତାରିଖ ଘୋଷଣା, କାଲିଠୁ ପ୍ରସ୍ତୁତି ଆରମ୍ଭ

14/12/2021 at 3:59 PM

ନୂଆଦିଲ୍ଲୀ, ୧୪/୧୨: ୨୦୨୨ ପହିଲା ମାସରେ ହୋଇପାରେ ୫ ରାଜ୍ୟର ବିଧାନସଭା ନିର୍ବାଚନ । ଉତ୍ତର ପ୍ରଦେଶ ଏବଂ ପଞ୍ଜାବ ସମେତ ଅନ୍ୟ ୩ ରାଜ୍ୟର ବିଧାନସଭା ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା ପଦକ୍ଷେପ ନେଇଛି ନିର୍ବାଚନ ଆୟୋଗ। ଆସନ୍ତାକାଲି ଅର୍ଥାତ ଡିସେମ୍ୱର ୧୫ ତାରିଖରୁ ଏହି ସବୁ ରାଜ୍ୟଗୁଡ଼ିକରେ ପୂର୍ବ ପ୍ରସ୍ତୁତି କରିବ ଆୟୋଗ । ପ୍ରଥମେ ପଞ୍ଜାବରୁ ପ୍ରସ୍ତୁତି ଆରମ୍ଭ କରିବ ଆୟୋଗ ।

ପଞ୍ଜାବରେ ଦୁଇଦିନ ଅର୍ଥାତ ୧୫ ଓ ୧୬ ଡିସେମ୍ୱରରେ ଆୟୋଗର ଏକ ଟିମ୍‌ ପ୍ରସ୍ତୁତି ଆରମ୍ଭ କରିବେ । ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ୍‌ ଚନ୍ଦ୍ରା, ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଏବଂ ଅନୁପ ଚନ୍ଦ୍ରା ପାଣ୍ଡେଙ୍କ ସମେତ ଆୟୋଗର ଅନ୍ୟ କିଛି କର୍ମଚାରୀ ପଞ୍ଜାବ ଗସ୍ତ କରିବେ । ପଞ୍ଜାବର ସମସ୍ତ ଅଧିକାରୀଙ୍କ ସହିତ ସାକ୍ଷାତ କରିବେ । ବରିଷ୍ଠ ପୋଲିସ୍‌ ଅଧିକାରୀଙ୍କ ସମେତ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିବେ । ଗୋଟିଏ ପରେ ଗୋଟିଏ ୫ ରାଜ୍ୟର ସ୍ଥିତି ପରିଖିବେ ଆୟୋଗ । ଏହାପରେ ପ୍ରସ୍ତୁତିର ସମୀକ୍ଷା କରି ତାରିଖ ଘୋଷଣା କରିବେ ବୋଲି ଜଣାପଡ଼ିଛି ।

ତେବେ ପଞ୍ଜାବ ପରେ ଉତ୍ତରପ୍ରଦେଶ ଗସ୍ତ କରିବେ ନିର୍ବାଚନ ଆୟୋଗ । ଡିସେମ୍ୱର ଶେଷ ଆଡ଼କୁ ୟୁପିରେ ପହଞ୍ଚିବା ଆୟୋଗର ଏହି ଟିମ୍‌ । ସୂତ୍ର ମୁତାବିକ, ନିର୍ବାଚନର ତାରିଖ ଘୋଷଣା ଜାନୁଆରୀ ମାସରେ ହୋଇପାରେ । ଫେବୃଆରି ଏବଂ ମାର୍ଚ୍ଚ ମାସରେ ମତଦାନ ଏବଂ ମତଗଣନା ତାରିଖ ଧାର୍ଯ୍ୟ କରାଯିବ । ୟୁପି ବିଧାନସଭା ପାଇଁ ୪୦୩ଟି ସିଟ୍‌ରେ ନିର୍ବାଚନ ହେବାକୁ ଥିବା ବେଳେ ପଞ୍ଜାବରେ ୧୧୭, ଗୋଆରେ ୪ ସିଟ୍‌, ମଣିପୁରରେ ୬୦ ସିଟ୍‌, ଉତ୍ତରାଖଣ୍ଡରେ ୭୦ ବିଧାନସଭା ଆସନରେ ନିର୍ବାଚନ ହେବ । ସମସ୍ତ ରାଜ୍ୟରେ ୧୫ ମାର୍ଚ୍ଚ ସୁଦ୍ଧା ନିର୍ବାଚନ ଶେଷ ହେବ ।

   Related Posts