ଜମିବାଡି ବିବାଦକୁ କେନ୍ଦ୍ରକରି ହତ୍ୟା : ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

Published By : Prameya-News7 Bureau | March 05, 2024 IST

କେନ୍ଦ୍ରାପଡା ୫୩: ଜମିବାଡି ବିବାଦକୁ କେନ୍ଦ୍ରକରି ଘଟିଥିବା ଏକ ହତ୍ୟା ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲା ଦୌରାଜଜ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି l ୨୦୨୦ ମେ’ ମାସ ୨୯ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ସିମୁଳିଆ ଗାଁରେ ଏହି ହତ୍ୟାକାଣ୍ଡ ଘଟିଥିଲା l

ସୂଚନାଯୋଗ୍ୟ ଯେ, ଗାଁର ଦେବ ପ୍ରସାଦ ସ୍ଵାଇଁ ସକାଳେ ନିଜ ଗୁହାଳ ଘରେ ଗାଈ ଦୁହିଁବା ବେଳେ ପଡୋଶୀ ଶିବ ପ୍ରସାଦ ସ୍ଵାଇଁ ତାଙ୍କ ବାପା ପରୀକ୍ଷିତ ସ୍ଵାଇଁ, ମା’ ନଳିନୀପ୍ରଭା ସ୍ଵାଇଁ, ଭିଣୋଇ କିଶୋର ଜେନା ଓ ବନ୍ଧୁ ଦିଲ୍ଲୀପ ନାୟକ ବିଭିନ୍ନ ମାରଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ l ଏହାକୁ ରୋକିବାକୁ ଯାଇ ଦେବ ପ୍ରସାଦଙ୍କ ସ୍ତ୍ରୀ ମୀରା ସ୍ଵାଇଁ ଗୁରୁତର ଭାବେ ଆହତ ହୋଇଥିବା ବେଳେ ମା’ କୁସୁମ ସ୍ଵାଇଁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା l ଏହି ଆକ୍ରମଣରେ ଦେବ ପ୍ରସାଦ ସ୍ଵାଇଁ ନିଜର ଏକ ହାତ ହରାଇଥିଲେ l ଘଟଣାର ତଦନ୍ତ କରି ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା l ତେବେ ମାମଲାରେ ମୋଟ ୨୮ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ଅତିରିକ୍ତ ଜିଲ୍ଲା ଦୌରାଜଜ ସମସ୍ତ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା ସରକାରୀ ଓକିଲ ସଞ୍ଜୟ ଜେନା ସୂଚନା ଦେଇଛନ୍ତି l

You Can Read :

wp:embed {"url":"https://www.prameyanews7.com/man-allegedly-killed-lover-over-his-illicit-relationship-in-deogarh/","type":"wp-embed","providerNameSlug":"prameya-news-7"}
https://www.prameyanews7.com/man-allegedly-killed-lover-over-his-illicit-relationship-in-deogarh/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.