ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଲାଲୁଙ୍କୁ ଜୋରଦାର ଝଟକା, ଆରଜେଡି ଛାଡି ଜେଡିୟୁରେ ମିଶିଲେ ୫ ଏମଏଲସି

Published By : Prameya-News7 Bureau | June 23, 2020 IST

ନୂଆଦିଲ୍ଲୀ ୨୩।୦୬: ବିହାରରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ରାଜନୀତି ସରଗରମ ମଧ୍ୟରେ ନେତାଙ୍କ ଦଳବଦଳ ନୀତି ଆରମ୍ଭ ହୋଇ ଯାଇଛି। ଲୋକସଭା ନିର୍ବାଚନରେ ଖାତା ଖୋଲି ପାରିନଥିବା ରାଷ୍ଟ୍ରୀୟ ଜନତା ଦଳ(RJD)ରେ ଦଳୀୟ କନ୍ଦଳ ଆରମ୍ଭ ହୋଇ ଯାଇଛି। ଦଳକୁ ଏବେ ବହୁତ ବଡ ଝଟକା ଲାଗିଛି। ଆରଜେଡିର ୫ ବିଧାନ ପରିଷଦ ସଦସ୍ୟ ପାର୍ଟି ଛାଡି ଜନତା ଦଳ ୟୁନାଇଟେଡ୍(ଜେଡିୟୁ)ରେ ସାମିଲ ହୋଇଛନ୍ତି। ୫ ସଦସ୍ୟ ପାର୍ଟିରୁ ଇସ୍ତଫା ଦେବା ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ। ଏଠାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟିଛନ୍ତି। ସୌଜନ୍ୟମୂଳକ ସାକ୍ଷାତ ପରେ ସମସ୍ତ ଏମଏଲସି ଜେଡିୟୁରେ ସାମିଲ ହୋଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପରେ ଆରଜେଡିରୁ ଇସ୍ତଫା ଦେଇଥିବା ପାଞ୍ଚ ବିଧାନ ପରିଷଦ ସଦସ୍ୟ  କହିଛନ୍ତି ଯେ, ଆମ ଲୋକଙ୍କୁ କୌଣସି ପଦର ଲୋଭ ନାହିଁ। ଆମେ ନୀତିଶ କୁମାରଙ୍କ ନେତୃତ୍ଵ ଉପରେ ଭରସା ରହିଛି। ତାଙ୍କ ନେତୃତ୍ଵରେ ବିହାରର ବିକାଶ ପଥରେ ଆଗକୁ ବଢୁଛି ଏବଂ ଆଗାମୀ ଦିନରେ ଏହା ଜାରି ରହିବ।

{"id":290616,"sizeSlug":"large"}

ସୂଚନା ଅନୁଯାୟୀ, ଆରଜେଡିର ଏମଏଲସି ସଞ୍ଜୟ ପ୍ରସାଦ, କମରେ ଆଲମ, ରାଧାଚରଣ ସେଠ୍, ରଣବିଜୟ ସିଂହ ଓ ଦିଲୀପ ରାୟ ପାର୍ଟି ଛାଡିଛନ୍ତି। ଇସ୍ତଫା ଦେଇଥିବା ସମସ୍ତ ବିଧାନସଭା ପାର୍ଷଦ ବିଧାନସଭା ପରିଷଦ ପହଞ୍ଚି ବାଚସ୍ପତିଙ୍କୁ ଭେଟିଛନ୍ତି। ଆରଜେଡିରୁ ଇସ୍ତଫା ଦେଇଥିବା ଅନେକ ନେତା ଲାଲୁ ପ୍ରସାଦ ଯାଦବଙ୍କ ନିକଟତର ଥିଲେ, ମାତ୍ର ତେଜସ୍ଵୀ ଯାଦବଙ୍କ ନେତୃତ୍ଵରେ ଏବଂ କାର୍ଯ୍ୟଶୈଳୀ ପ୍ରତି ସେମାନେ ଖୁସି ନଥିଲେ। ଏହା ପରେ ଏସବୁ ନେତା ପାର୍ଟିକୁ ଅଲବିଦା କହିବାକୁ ନିଷ୍ପତ୍ତି ନେଇଥିଲେ। ପାଞ୍ଚ ଜଣ ଏମଏଲସିଙ୍କ ଇସ୍ତଫା ପରେ ୭୫ ସଦସ୍ୟ ବିଶିଷ୍ଟ ବିଧାନ ପରିଷଦର ସଦସ୍ୟଙ୍କ ସଂଖ୍ୟା ମାତ୍ର ତିନିରେ ରହିଛି।

ଆରଜେଡିରେ ଫାଟ ସୃଷ୍ଟି ନେଇ ଜେଡିୟୁ ନେତା ତଥା ବିହାର ସରକାର ମନ୍ତ୍ରୀ ନୀରଜ କୁମାର ତେଜସ୍ଵୀ ଯାଦବଙ୍କ ଉପରେ ନିଶାଣ ସାଧିଛନ୍ତି। ନୀରଜ କୁମାର କହିଛନ୍ତି, ତେଜସ୍ଵୀ ବୟାନବାଜି କରୁଥିଲେ ଯେ, ଜେଡିୟୁ ଦଳ ଭାଙ୍ଗୁଛି। ଏବେ ସେ କୁହନ୍ତୁ  କାହା ଦଳ ଭାଙ୍ଗୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.